ରାୟଗଡା ବିଜେଡିର ବରିଷ୍ଠ ସଂଗଠକଙ୍କୁ ଧମକ ଅଭିଯୋଗ, ଥାନାରେ ଏତଲା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ବିଜୁ ଜନତା ଦଳର ବରିଷ୍ଠ ସଂଗଠକ ୟାଲ୍ଳା ଭେଙ୍କେଟେଶ୍ୱର ରାଓ ଓରଫ୍ କଣ୍ଡାବାବୁ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ଇସାରାରେ ତାଙ୍କୁ ଦିଆଯାଉଛି ଧମକ ବୋଲି ଅଭିଯୋଗ ଆଣିବା ସହ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ରାୟଗଡାରେ ବିଜେଡି କର୍ମୀମାନଙ୍କ ସକାଶେ ଏକ କାର୍ଯ୍ୟାଳୟ ଖୋଲିଥିବାରୁ ଉକ୍ତ କାର୍ଯ୍ୟାଳୟକୁ ବନ୍ଦ କରି ଦେବା ପାଇଁ ତାଙ୍କୁ ଧମକଚମକ ଦିଆଯାଉଛି ଓ ଏହା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ରାଓ ଓ ତାଙ୍କ ପୁଅଙ୍କ ନିର୍ଦ୍ଦେଶରେ ହେଉଥିବା କୋଣ୍ଡାବାବୁ ଅଭିଯୋଗ ଆଣିଛନ୍ତି । ଏପରିକି ଗତ ୨ମାସ ହେଲା ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିବା ନେଇ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ଗତକାଲି ଅସାମାଜିକ ଶ୍ରେଣୀର କିଛି ବ୍ୟକ୍ତି କୋଣ୍ଡାବାବୁଙ୍କ ଘରକୁ ଯାଇ ତାଙ୍କୁ ଖୋଜିଥିବା ବେଳେ ସେ ଘରେ ନ ଥିବାରୁ ସେ ବର୍ତି ଯାଇଥିବା ପ୍ରକାଶ କରିଛନ୍ତି । ଆଜି ନିଜ ସମର୍ଥକଙ୍କ ଗହଣରେ କଣ୍ଡାବାବୁ ଜିଲ୍ଳା ଏସ.ପି.ଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଏସ.ପି.ରାମ ପ୍ରସାଦ ସାହୁଙ୍କୁ ଭେଟି ନିଜ ଅଭିଯୋଗ ଜଣାଇବା ସହ ଗତକାଲି ରାତ୍ରରେ ତାଙ୍କ ଘରକୁ ଆସିଥିବା ଅସାମାଜିକ ଶ୍ରେଣୀର ବ୍ୟକ୍ତିମାନଙ୍କ ନାମରେ ରାୟଗଡା ଥାନାରେ ଏତଲା ଦେଇଥିବା କହିଛନ୍ତି କୋଣ୍ଡାବାବୁ ।

Udyog Nursery
Udyogi Nursery

ପ୍ରକାଶ ଥାଉ କି, ରାୟଗଡା ସହରର ରିଙ୍ଗରୋଡ ସ୍ଥିତ ଗାୟତ୍ରୀ ନଗର ଛକ ଠାରେ ଗତ ମାସ ଅକ୍ଟୋବର ୧୪ତାରିଖରେ ରାୟଗଡା ବିଜେଡି କର୍ମୀ କାର୍ଯ୍ୟାଳୟ ଖୋଲିଥିଲେ ରାୟଗଡା ବିଜେଡିର ବରିଷ୍ଠ ସଂଗଠକ କଣ୍ଡାବାବୁ । ଉକ୍ତ ଦିନ ଠାରୁ ରାୟଗଡା ବିଜେଡି ଦଳ ମଧ୍ୟରେ ଏକ ପ୍ରକାର ଛକାପଂଜା ଲାଗି ରହିଥିବା ଜଣାପଡିଛି । ତେବେ ଘଟଣାକୁ ନେଇ ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାୟଗଡା ଜିଲ୍ଳା ବିଜୁ ଜନତା ଦଳର ପୁରୁଖା ନେତା ଏନ.ଭାସ୍କର ରାଓଙ୍କ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.