ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୩ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୩ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶିବାଜୀ ଷ୍ଟାଡିୟମଠାରେ ଡିସେମ୍ବର ୯ ଓ ୧୦ ତାରିଖ ଦୁଇ ଦିନ ବ୍ୟାପୀ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ଉଦ୍ଘାଟନ କରିଥିଲେ। ନିକଟସ୍ଥ ସର୍ବ ମଙ୍ଗଳା ମନ୍ଦିରଠାରୁ ସ୍ବେଚ୍ଛାସେବୀ ଛାତ୍ରମାନେ ପୂଜାର୍ଚ୍ଚନା ପୂର୍ବକ ମଶାଲ ଶୋଭାଯାତ୍ରା କରି ଷ୍ଟାଡିୟମଠାରେ ପହଞ୍ଚିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ ମିଟର ରେସ୍, ୨୦୦ ମିଟର ରେସ୍, ୪୦୦ ମିଟର ରେସ୍, ୧୫୦୦ ମିଟର ରେସ୍, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ତିନି ପାଦ ଲମ୍ବ ଡିଆଁ, ସଟ ପୁଟ, ଡିସ୍କସ୍ ଥ୍ରୋ, ଜାଭଲିନ ଥ୍ରୋ, ଫ୍ୟାନ୍ସି ଡ୍ରେସ୍, ମ୍ୟୁଜିକ୍ ଚେୟାର୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ, ବିଜୟ କୁମାର ସାହୁ, ପ୍ରବୀର କୁମାର ରାୟ, ଶାନ୍ତନୁ କୁମାର ପରିଡ଼ା, ଘନଶ୍ୟାମ ଭାଟି, କବି ପ୍ରସାଦ ପଟ୍ଟନାୟକ, ପ୍ରଦୀପ କୁମାର ମିଶ୍ର, ସନ୍ଦୀପ କାନୁନଗୋ, ଯଯାତି କେଶରୀ ରାଉତ, ଶୋଭାଗିନୀ ନାୟକ, ତ୍ରିନାଥ ପଟ୍ଟନାୟକ, ବୈକୁଣ୍ଠ ପଟେଲ୍, ପ୍ରସନ୍ନ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସ୍ବାଇଁ, ପ୍ରମୋଦ ମହାନ୍ତି, ହିମାଚଳ ମେହେର, ଗୋବର୍ଦ୍ଧନ ମେହେର, ଦେବରାଜ ମେହେର ଓ ମୁକେଶ ବିଶି ପ୍ରମୁଖ ଏହି କ୍ରୀଡ଼ା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ। ଏହି କ୍ରୀଡ଼ା ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଅଧ୍ୟକ୍ଷଙ୍କ ଠାରୁ ପ୍ରକାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.