ନେତାଙ୍କ ପାଦ ଛୁଇଁ ପ୍ରଣାମ କଲେ ନିର୍ବାଚନ ଅଧିକାରୀ

ଗଣତନ୍ତ୍ର ପ୍ରତି ଅପମାନ

ବରଗଡ,୧୮/୪ : ନିର୍ବାଚନରେ ନିୟୋଜିତ ଜଣେ ଅଧିକାରୀଙ୍କ ନେତା ଭକ୍ତି ଦେଖିବାକୁ ମିଳିଛି। ମତଦାନ କେନ୍ଦ୍ରରେ ହେଭିଓ୍ବେଟ ନେତାଙ୍କ ପାଦ ଛୁଇଁ ପ୍ରଣାମ କଲେ ଅଫିସର। ଏହା ଗଣତନ୍ତ୍ରର ମହୋତ୍ସବର ସବୁଠୁ ବଡ ଲଜ୍ଜ୍ୟାଜନକ ଘଟଣା ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ବରଗଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ତଥା ହେଭିଓ୍ବେଟ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଆସିଥିବା ବେଳେ ବୁଥରେ ନିର୍ବାଚନ ଦାୟିତ୍ବରେ ଥିବା ଅଫିସର ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.