ନର୍ଲାକୁ ବାଦଦେଇ କଳାହାଣ୍ଡିର ଇତିହାସ ଲେଖାଯାଇ ପାରିବ ନାହିଁ

କଲାପାର ମଞ୍ଚର କଳାହାଣ୍ଡି ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଗ ଐତିହାସିକ ଯୁଗର ଗୁଡହାଣ୍ଡି ଗୁମ୍ଫା ଚିତ୍ର କଳାହାଣ୍ଡିର ଗୈାରବ ଗାଥା ବଖାଣ କରେ। ଭାରତବର୍ଷରେ ଏକ ଉନ୍ନତ ସଭ୍ୟତାର ପରିଚୟ ପ୍ରଦାନ କରୁଥିବା ଅସୁରଗଡ ଦୁର୍ଗ ନର୍ଲା ବ୍ଲକରେ ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଐତିହ୍ୟର ସଂରକ୍ଷଣ କିପରି କରାଯାଏ ସେହି କଥା କଳାହାଣ୍ଡିଆଙ୍କୁ ଭଲ ଭାବରେ ଜଣା। ତେଣୁ ଆଜିବି କଳାହାଣ୍ଡିରେ ଅନେକ ପ୍ରାଚୀନ କଳା ସଂସ୍କୃତି ଓ ପ୍ରାଚୀନ ପରମ୍ପରା ବଞ୍ଚିରହିଛି। କଳାହାଣ୍ଡିଆ କଳାର ଉନ୍ନେଷ ସ୍ଥଳ ଅସୁରଗଡ ମାଟି ନର୍ଲା ମାଟି। ତେଣୁ ନର୍ଲାକୁ ବାଦଦେଇ କଳାହାଣ୍ଡିର ଇତିହାସ ଲେଖାଯାଇ ପାରିବ ନାହିଁ ବୋଲି ନର୍ଲା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଅବସରରେ ମତ ପ୍ରକାଶ ପାଇଛି। ଦୁଇ ଦିନ ଧରି ନର୍ଲା ବ୍ଲକ ପରିସରରେ ଥିବା କଲାପାର ମଞ୍ଚରେ ଚାଲିଥିବା କଳାହାଣ୍ଡି ଉତ୍ସବ ଆଜି ଉଦଜାପିତ ହୋଇଯାଇଛି। ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଜାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ଭାବେ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପରମେଶ୍ବର ମୁଣ୍ଡ, ସମ୍ମାନିତ ଅତିଥି ଭାବେ ନର୍ଲା ବିଡିଓ ବାସନ୍ତୀ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଯାଜ୍ଞସେନ ପଧାନ ଓ ଗୋବିନ୍ଦ ତାଣ୍ଡି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୀରବାଦ୍ୟ ଘୁମୁରାରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ କଳାହାଣ୍ଡିର ବିଭିନ୍ନ ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଓ ପ୍ରଥମ ଥର ପାଇଁ କଳାହାଣ୍ଡି ଉତ୍ସବ ମଞ୍ଚରେ ଲୋକନାଟକ ‘ସେଁରରା’ ମଞ୍ଚସ୍ଥ ହୋଇଥିଲା। ଏହାସହ ବଲାଙ୍ଗୀର, ବରଗଡ଼, ସୋନପୁର ଆଦି ଜିଲ୍ଲାର ଅନେକ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.