ଗ୍ରୁପର ପ୍ରଥମ ବ୍ୟବସାୟ ଭାବରେ ବେଦାନ୍ତ ପାଇଁ ଏହି ରୋଲ୍ ସେଟ୍ କରାଯାଇଛି
ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଏହାର କ୍ୟାପେକ ପଦକ୍ଷେପକୁ ଆର୍ଥିକ ସହାୟତା ଦେବା ତଥା କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ଖ୍ୟାତିସମ୍ପନ୍ନ ଆନ୍ତର୍ଜାତୀୟ ବ୍ୟାଙ୍କରୁ ସଷ୍ଟେନେବିଲିଟି ଲିଙ୍କଡ ଲୋନ (ଏସଏଲଏଲ) ମାଧ୍ୟମରେ ୨୫୦ ମିଲିୟନ ଡଲାର ସଂଗ୍ରହ କରିଛି ।
ଡିକାର୍ବୋନାଇଜେସନ୍ ଏବଂ ନିରାପତା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟଦକ୍ଷତା ପାରାମିଟର ଆଧାରରେ ଏହି ରୁଣଗୁଡିକ ପ୍ରଦାନ କରାଯାଇଥିଲା, ଯାହା କମ୍ପାନୀ କ୍ୟାପିଟାଲ୍ ବ୍ୟୟ ଆଡକୁ ଏହି ପାଣ୍ଠି ନିୟୋଜନ କରିବାକୁ ଲକ୍ଷ୍ୟ ରଖୁଛି । ଏହା ଉଚ୍ଚ ସ୍ତରିୟ ପଛୁଆ ଆଲୁମିନିୟମ୍ ଉତ୍ପାଦଗୁଡିକ ଏକୀକରଣ ଏବଂ ମୂଲ୍ୟଯୁକ୍ତ ଉତ୍ପାଦନ ସହିତ କମ୍ପାନୀର ଅଭିବୃଦ୍ଧି ଯାତ୍ରାକୁ ମଧ୍ୟ ସହାୟତା କରିବ ।
ଲୋନଦାତାମାନଙ୍କ ମଧ୍ୟରେ ମଧ୍ୟ ପୂର୍ବ ଏବଂ ଦୂର ପୂର୍ବର କେତେକ ବୃହତ ଅନ୍ତର୍ଜାତୀୟ ବ୍ୟାଙ୍କ, ଯଥା ମଶ୍ରିକ୍ ବ୍ୟାଙ୍କ, ଫାଷ୍ଟ ଆବୁଧାବି ବ୍ୟାଙ୍କ, କାତାର ନ୍ୟାସନାଲ ବ୍ୟାଙ୍କ କ୍ୟୁ.ପି.ଏସ.ସି, ସିଟିବିସି ବ୍ୟାଙ୍କ ଏବଂ ଅନ୍ୟମାନେ ଅନ୍ତର୍ଭୁକ୍ତ ଅଛନ୍ତି ଏବଂ ଏହି ମାଧ୍ୟମରେ ବେଦାନ୍ତ ଗ୍ରୁପ୍ ସହିତ ନୂତନ ସମ୍ପର୍କ ମଧ୍ୟ ଆରମ୍ଭ କରିଛନ୍ତି ।
ଏହା ହେଉଛି ବେଦାନ୍ତ ଗ୍ରୁପ୍ ର ପ୍ରଥମ ସ୍ଥିରତା ସଂଯୁକ୍ତ ରୁଣ ଏବଂ ସବୁଜ ଅଭିବୃଦ୍ଧିରେ ବିନିଯୋଗ କରିବାକୁ କମ୍ପାନୀ ପକ୍ଷରୁ ଏହା ସ୍ଥିର କରାଯାଇଛି । କମ୍ପାନିର କାର୍ଯ୍ୟକଳାପକୁ ଡିକାର୍ବୋନାଇଜ୍ କରିବାକୁ ଏହି ପ୍ରୟାସର ଏକ ସକରାତ୍ମକ ଦୃଢୀକରଣ ଭାବରେ ଏହାକୁ ସଂରକ୍ଷଣ କରାଯାଇଛି । ଯେପରିକି ବେଦାନ୍ତ ଆଲୁମିନିୟମ୍ ଏହାର ଗ୍ରୀନ୍ ହାଉସ୍ ଗ୍ୟାସ୍ (ଜିଏଚଜି) ନିର୍ଗମନ ତୀବ୍ରତାକୁ ଆର୍ଥିକ ବର୍ଷ ୨୦୨୨ ରେ ୨୦୧୨ ବେସ୍ ଲାଇନ୍ ଠାରୁ ୨୪% ହ୍ରାସ କରିଛି । ଏହା ମଧ୍ୟ ପୂର୍ବ ଆର୍ଥିକ ବର୍ଷରେ ୩ ବିଲିଅନ୍ ୟୁନିଟରେ ନବୀକରଣ ଯୋଗ୍ୟ ଶକ୍ତିର ଭାରତର ସର୍ବବୃହତ ଗ୍ରାହକ ଥୁଲା, ଯାହାକି ବ୍ରାଣ୍ଡେଡ୍ ‘ରେଷ୍ଟୋରା’ ଦ୍ଵାରା କମ୍ପାନୀ ଭାରତର ପ୍ରଥମ ନିମ୍ନ କାର୍ବନ ‘ସବୁଜ’ ଆଲୁମିନିୟମ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥିଲା ।
ଏହି ଅବସରରେ ଶ୍ରୀ ରାହୁଲ ଶର୍ମା, ସିଇଓ – ଆଲୁମିନିୟମ ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଛନ୍ତି, “ଆଲୁମିନିୟମ ଭବିଷ୍ୟତରେ ସଳ୍ପ କାର୍ବନ ପାଇଁ ଅପରିହାର୍ଯ୍ୟ ହେବ, ବୈଦ୍ୟୁତିକ ଯାନ ଠାରୁ ଆରମ୍ଭ କରି ଅକ୍ଷୟ ଶକ୍ତି ପର୍ଯ୍ୟନ୍ତ ଅନେକ ଶିଳ୍ପରେ ଗୁରୁତ୍ବପୂର୍ଣ ଭାବରେ ପ୍ରୟୋଗ ହେବ । ଲୋକଙ୍କ ନିରାପତା, ଆମର ମୂଲ୍ୟ-ଶୃଙ୍ଖଳାର ଡିକାର୍ବୋନାଇଜେସନ୍ ଏବଂ ଜଳର ସକରାତ୍ମକ କାର୍ଯ୍ୟ ଉପରେ ତୀକ୍ଷ୍ଣ ଧ୍ୟାନ ଦେଇ ସ୍ଥିରତାର ମୂଳଦୁଆ ଉପରେ ଆମର ଅଭିବୃଦ୍ଧି ଯୋଜନା ଗଠନ କରିବାକୁ ଆମେ ଇଚ୍ଛା କରୁଛୁ । ସ୍ଥାୟୀତା ଏବଂ ଦାୟିତ୍ଵ ବୋଧକ ଭାବେ ଆମର ବ୍ୟବସାୟ ବୃଦ୍ଧି ଦିଗରେ ବିନିଯୋଗ କରାଯିବ” ।
ମଶ୍ରେକର ଇଂଟରନ୍ୟାସନାଲ ବ୍ୟାଙ୍କିଙ୍ଗର ଗ୍ରୁପ୍ ହେଡ୍ ଶ୍ରୀ ତାରକ ଇଆଇ ନାହସ୍ କହିଛନ୍ତି: “ ଏହି ଫ୍ଲାଗସିପ୍ ଡିଲ୍ ମାଧ୍ୟମରେ ଭାରତର ବୃହତମ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ସହିତ ପ୍ରଥମ ସ୍ଥିରତା ଲିଙ୍କ ରୁଣରେ ଭାଗ ନେଇ ଆମେ ବେଶ ଆନନ୍ଦିତ । ଆମେ ଏକ ସହ ଅଙ୍ଗାରକାମ୍ଳ ତଥା ସ୍ଥିର ଅର୍ଥବ୍ୟବସ୍ଥାର ପରିବର୍ତନକୁ ଏକ ସ୍ଥାୟୀ ଆର୍ଥିକ ବ୍ୟବସ୍ଥା ପ୍ରତି ଆମର ପ୍ରତିବଦ୍ଧତାକୁ ଦ୍ବିଗୁଣିତ କରିବା ଏବଂ କ୍ଷେତ୍ରଗୁଡିକରେ ବିନିଯୋଗ କରିବା ପାଇଁ ଏକ ପ୍ରକୃତ ସୁଯୋଗ ଭାବରେ ଦେଖୁ ଯାହାକି ଦାୟିତ୍ଵପୂର୍ଣ ଅର୍ଥନୈତିକ ଅଭିବୃଦ୍ଧି ଘଟାଇବ । ଏହି ସହଭାଗୀତା ସ୍ଥିର କର୍ଯ୍ୟଶୈଳିରେ ଏକ ଉଲ୍ଲେଖନୀୟ ଯୋଗକୁ ପ୍ରତିପାଦିତ କରେ ଯାହାକୁ ଆମେ ଆମର ଲୋକ, ଗ୍ରାହକ ଏବଂ ଅଂଶୀଦାରମାନଙ୍କ ପାଇଁ ଅଧିକ ମୂଲ୍ୟ ସୃଷ୍ଟି କରିବାକୁ ନିୟୋଜିତ କରୁଛୁ ।
ଫାଷ୍ଟ ଆବୁଧାବି ବ୍ୟାଙ୍କ (ଏଫଏବି) ର ଗ୍ଲୋବାଲ୍ କର୍ପୋରେଟ୍ ଫାଇନାନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଫାଓ୍ବାଜ ଅବୁର୍ଣ୍ଣେଇନେହ କହିଛନ୍ତି ଯେ “ଆମର ଅଭିନବ ଆର୍ଥିକ ସମାଧାନ ମାଧ୍ୟମରେ ବେଦାନ୍ତର ସ୍ଥିର ଏଜେଣ୍ଡାକୁ ସମର୍ଥନ କରି ଏବଂ ଭାରତର ପରିବେଶ ଏବଂ ଅର୍ଥନୈତିକ ଭବିଷ୍ୟତରେ ଆମର ପୁଞ୍ଜି ବିନିଯୋଗକୁ ଆହୁରି ଅଧିକ କରିବାକୁ ଏଫଏବି ଖୁସି ଅଟେ । ଏକ ଅଗ୍ରଣୀ ଆର୍ଥିକ ପ୍ରତିଷ୍ଠାନ ଭାବରେ, ଆମେ ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସର ସ୍ଥିରତା ପାଇଁ ଏକ ଦୃତ ମାନଦଣ୍ଡ ସ୍ଥିର କରିବାକୁ ପ୍ରତିବଦ୍ଧ ବୋଲି ୨୦୧୭ ରେ ମଧ୍ୟ ପୂର୍ବର ପ୍ରଥମ ସବୁଜ ବଣ୍ଡ ଜାରି କରିଛୁ ଏବଂ ଜିସିସିରେ ପ୍ରଥମ ବ୍ୟାଙ୍କ ହୋଇ ନେଟ୍-ଜିରୋ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହାସଲ କରିବାକୁ ପ୍ରତିଶ୍ରୁତି ଦେଇଛୁ । ଆମର ଅପରେସନ୍ ଏବଂ ପୋର୍ଟଫୋଲିଓ ଦ୍ଵାରା ଆମେ ନିଶ୍ଚିତ ଯେ ଏହି ନୂତନ ସହଭାଗୀତା ସଜ ଏବଂ ସବୁଜ ଉତ୍ପାଦନକୁ ପରିବର୍ତନ କରିବାରେ ସାହାଯ୍ୟ କରି ଗୁରୁତ୍ବପୂର୍ଣ୍ଣ ପ୍ରଭାବ ହାସଲ କରିବ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ୨.୨୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍କେଲ୍ର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି |