ବିଳମ୍ବିତ ରାତିରେ ବିସ୍ପୋରଣ, ଜଣେ ଗୁରୁତର ଅନ୍ୟ ଜଣଙ୍କର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ବୀରଭୂମୀ: ଶନିବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣରେ ଥରି ଉଠିଛି ଗାଁ । ଏଥିରେ ଜଣକର ମୃତ୍ୟୁ ହୋଇ ଯାଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ପଶ୍ଚିମବଙ୍ଗରେ ଆସନ୍ତାମାସ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ରହିଛି । ଏହା ପୂର୍ବରୁ ବୀରଭୂମ ଜିଲ୍ଲାରେ ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ଘଟିଛି। ଏହି ବୋମା ବିସ୍ଫୋରଣରେ ମରଗ୍ରାମ ପଞ୍ଚାୟତର ଜଣେ ଟିଏମସି ନେତାଙ୍କ ଭାଇ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତି ଆହତ ବ୍ୟକ୍ତିଙ୍କ ସାଙ୍ଗ ବୋଲି ପଶ୍ଚିମବଙ୍ଗ ମିଡିଆରୁ ସୂଚନା ମିଳିଛି।

Omkar Vasthu
Omkar Vasthu

ଶନିବାର ରାତିରେ ବୀରଭୂମର ମରଗ୍ରାମରେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ବୋମା ବିସ୍ଫୋରଣ କି ଏ କରିଛି ଏବଂ କେମିତି ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସର ସୂଚନାନୁସାରେ, ରାତି ପ୍ରାୟ ୧୦ଟା ବେଳେ ମରଗ୍ରାମ ହସ୍ପିଟାଲ ଛକ ନିକଟରେ ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ମରଗ୍ରାମ-୧ ଗ୍ରାମ ପଞ୍ଚାୟତର ମୁଖିଆ ଭୁଟ୍ଟୋ ଶେଖଙ୍କ ଭାଇ ଲାଲଟୁ ଶେଖ ଗୁରୁତର ଆହତ ହୋଇଛନ୍ତି। ଏବଂ ଲାଲ୍ଟୁ ଶେଖଙ୍କ ସାଙ୍ଗ ନ୍ୟୁଟନ୍ ଶେଖଙ୍କର ମୃତ୍ୟୁ ହୋଇଛି। ମରଗ୍ରାମ ପୋଲିସ ଷ୍ଟେସନ ଏହି ବିସ୍ଫୋରଣ ଏବେ ଏହି ଘଟଣାର କାରଣ ଖୋଜୁଛି।

Pearl dental clinic
Near Ashish Medical Store, Bhawanipatna

ମିଳିଥିବା ସୂଚନା ଅନୁଯାୟୀ ଏହି ଗାଁରେ ଅନେକ ସମୟରେ ବିସ୍ଫୋରଣ ଓ ସଂଘର୍ଷ ଘଟିଥାଏ। ରାତି ପ୍ରାୟ ୧୦ ଟା ସମୟରେ ଡାକ୍ତରଖାନା ଛକରେ ଏହି ବୋମା ବିସ୍ଫୋରଣ ଘଟିଥିଲା। ସେତେବେଳେ ମାରଗ୍ରାମ ଗ୍ରାମ ପଞ୍ଚାୟତ ମୁଖିଆଙ୍କ ଭାଇ ଲାଲ୍ଟୁ ଶେଖ ଏବଂ ତାଙ୍କ ବନ୍ଧୁ ନ୍ୟୁଟନ୍ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଉଭୟ ଗୁରୁତର ଆହତ ହୋଇଥିଲେ। ସୂଚନା ପାଇବା ପରେ ମରଗ୍ରାମ ପୋଲିସ ଘଟଣାସ୍ଥଳକୁ ଯାଇ ଗୁରୁତର ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ରାମପୁରହାଟ ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ନ୍ୟୁଟନଙ୍କର ମୃତ୍ୟୁ ହୋଇଥିଲା। ଏବଂ ଗାଁ ମୁଖିଆଙ୍କ ଭାଇ ଲାଲ୍ଟୁ ଏବେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଜନଗହଳି ପୂର୍ଣ୍ଣ ଡାକ୍ତରଖାନା ଛକରେ କିପରି ବିସ୍ଫୋରଣ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ଏକ ବୋମା ବିସ୍ଫୋରଣ ଘଟଣା କିମ୍ୱା କୌଣସି ସ୍ଥାନରେ ବୋମା ଗଚ୍ଛିତ ହୋଇଥିବାରୁ ଏହି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପଛରେ ରାଜନୈତିକ ସମ୍ପୃକ୍ତି ଥିବାର ସମ୍ଭାବନାକୁ ମଧ୍ୟ ପୋଲିସ ନଜରରେ ରଖିଛି।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.