କାର୍ତିକ ପୂର୍ଣ୍ଣମା : ରାଜରାଜେଶ୍ୱର ବେଶରେ ଚତୁର୍ଧାମୂର୍ତି

 

ତ୍କଳିୟ ସଂସ୍କୃତିରେ  କାର୍ତିକ ମାସର ଜଥେଷ୍ଟ ଗୁରୁତ୍ବ ରହିଛି । ଧର୍ମର ମାସ ଭାବେ ପରିଚିତ ଏହି ମାସ ସାରା ପୁର ପଲ୍ଲୀରେ ତୁଳସୀ ଚଉରା ମୂଳରେ ପୂଜା ଓ ପୁରାଣ ପାଠ ସବୁ ଆୟୋଜିତ ହୋଇଥାଏ । ପଞ୍ଚୁକ ପାଞ୍ଚଦିନକୁ ଅଧୀକାଂଶ ଲୋକ ନିଷ୍ଠା ସହକାରେ ପାଳନ କରିଥାନ୍ତି । କାର୍ତିକ ମାସ ସାରା ପୁରୀ ଶ୍ରୀମନ୍ଦିର  ରତ୍ନସିଂହାସନରେ ଅଧିଷ୍ଠିତ ଶ୍ରୀ ଜୀଉମାନଙ୍କୁ କେତେକ ସ୍ୱତନ୍ତ୍ର ନୀତି ଓ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ। ତନ୍ମଧ୍ୟରୁ ପଞ୍ଚୁକର ଅନ୍ତିମ ଦିବସ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ ।  ଏହି ଦିନ ଅବକାଶ ନୀତି ବଢିବା ପରେ ରାଜବେଶ ହୋଇଥାଏ। ପୁଷ୍ପାଳକ ସେବକମାନେ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ,  ପାଟବସ୍ତ୍ର ଓ ପୁଷ୍ପ ଅଳଙ୍କାରରେ ଶ୍ରୀଜୀଉ ମାନଙ୍କୁ  ରାଜରାଜେଶ୍ୱର ବେଶ ରେ ଭୂଷିତ କରିଥାନ୍ତି। 

ଏହି ବେଶରେ ବଲ୍ଲଭ , ସକାଳ ଧୂପ  ଆଦି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ନିମନ୍ତେ ବହୁ ଭକ୍ତ  ଶ୍ରୀମନ୍ଦିର ରେ ସମାଗମ ହୋଇଥାନ୍ତି। ଉତ୍କଳର ରାଜା ଓ ସାମନ୍ତ ରାଜାମାନଙ୍କ ପକ୍ଷେ ଏହି ବେଶ ଅତ୍ୟନ୍ତ ପବିତ୍ର ଓ ଦର୍ଶନୀୟ ଥିଲା ।  ଏହିଦିନ କାର୍ତ୍ତିକ ମାସ ନୀତି ଉଦ୍ଯାପନ ଜନିତ ରାଜନୀତି ଓ ବନ୍ଦାପନା ହୋଇଥାଏ । ପୁଷ୍ପାଳକ ସେବକମାନେ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ,  ପାଟବସ୍ତ୍ର ଓ ପୁଷ୍ପ ଅଳଙ୍କାରରେ ଶ୍ରୀଜୀଉ ମାନଙ୍କୁ  ରାଜରାଜେଶ୍ୱର ବେଶ ରେ ଭୂଷିତ କରିଥାନ୍ତି ।

ଏହି ବେଶରେ ବ୍ୟବହୃତ ଅଳଙ୍କାର ମାନ ହେଉଛି – ଚନ୍ଦ୍ରିକା , ତିଳକ , କିରୀଟି , ସୂର୍ଯ୍ୟ ଚନ୍ଦ୍ର , ଅଳକା , କର୍ଣ୍ଣ କୁଣ୍ଡଳ , ତଦଗୀ , ସୁବର୍ଣ୍ଣ ଶ୍ରୀଭୁଜ , ହଳ , ମୁଷଳ , ଚକ୍ର , ଶଙ୍ଖ , ଓଡ଼ିଆଣି , ଝୋବା ,କଦମ୍ବ ମାଳି , ଘାଗଡା ମାଳି , ହରିଡ଼ା ମାଳି , ହରିଡ଼ା ମାଳି , ତାବିଜ ମାଳି , ବହାଡ଼ା ମାଳି , ବାଘ ନଖି ମାଳି , ସେବତୀ ମାଳି ଇତ୍ୟାଦି । ମହାପ୍ରଭୂ ମାନଙ୍କ ରାଜରାଜେଶ୍ବର ବେଷ ସହ କାର୍ତିକ ମାସ ଉଦ୍ୟାପନ ନୀତି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ରୀତିନିତୀ ଅନୁସାରେ ଅନୁଷ୍ଠିତ ହୋଇଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.