‘ଦେବଗିରି ମାଟିର ମହିମା ଅନନ୍ୟ’

କୁମାରସ୍ୱାମୀ ମହୋତ୍ସବର ଦ୍ୱିତୀୟ ଦିବସ

କଳାହାଣ୍ଡି,୨୩ା୧୧: ଦେବଗିରି କେବଳ ଅସୁରଗଡ଼ ଦୁର୍ଗର ପ୍ରତିରକ୍ଷା ଘାଟି ନୁହେଁ, ଏହା ପ୍ରାଚୀନ କାଳରୁ ହିଁ କଳାସଂସ୍କୃତିର କେନ୍ଦ୍ରସ୍ଥଳୀ ଥିଲା । ଏହି ମାଟି ସୃଷ୍ଟି କରିଛି ଅଗଣିତ କଳାକାର, ଯେଉଁମାନେକି ଦେବଗିରିର କଳା ସଂସ୍କୃତିକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ପ୍ରୟାସରତ । ଏହି ମାଟିର ମହିମା ଅନନ୍ୟ ବୋଲି ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବର ଦ୍ୱିତୀୟ ଦିବସରେ ଅତିଥିମାନେ ମତପ୍ରକାଶ କରିଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମରେ ଆୟୋଜିତ ଉତ୍ସବରେ ନର୍ଲା ଜୋନ୍-୩ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାକ୍ସି ସରପଞ୍ଚ ଚନ୍ଦ୍ରମା ଧଙ୍ଗଡ଼ାମାଝୀ ଓ ବିଶିଷ୍ଟ କଳାକାର ମନୋଜ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ । ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ଯୁବ ଲେଖକ ତଥା ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ । ପରେପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପରିବେଷିତ ହୋଇଥିଲା ପଶ୍ଚିମ ଓଡ଼ିଶାର ଲୋକନାଟକ ଦଣ୍ଡନୃତ୍ୟ । ମଗ୍ଶିର ଢୁଲିଆଙ୍କ ନେତୃତ୍ୱରେ ଏହାକୁ ପରିବେଷଣ କରିଥିଲେ ଜୟ ମା’ ପଦ୍ମାସୀନୀ ମହିଳା ମିକ୍ସଚର୍ ଦଣ୍ଡପାର୍ଟି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.