କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଉତ୍କଳ ଦିବସ ଶିଶୁ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ବିଡାନାସୀ ସ୍ଥିତ ମମତା ସ୍ଵାଧର ଗୃହଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଉତ୍କଳ ଦିବସ ଶିଶୁ ଉତ୍ସବ ଏବଂ ଅପରୂପ ଉତ୍କଳ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ପଚାଶରୁ ଉର୍ଦ୍ଧ ଶିଶୁ ପ୍ରତିଭା ମାନଙ୍କୁ ଉତ୍କଳ ଶିଶୁ ସାରଥୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପଚାଶ ଜଣ କବି ଉକ୍ତ ଅବସରରେ ଅପରୂପ ଉତ୍କଳ ଶୀର୍ଷକ କବିତା ପାଠ କରିଥିଲେ ଏବଂ ସେମାନଙ୍କୁ ଉତ୍କଳ କବି ସାରଥୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜୀବନ ବ୍ୟାପି ଶିଶୁ ସାହିତ୍ୟରେ ସାଧନା ପାଇଁ ଡ଼କ୍ଟର ପ୍ରତିମା ରାଣୀ ମିଶ୍ର ଷଡଙ୍ଗୀ ଏବଂ ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ ଲଳିତେନ୍ଦୁ ପଲାଉରିଙ୍କୁ ଉତ୍କଳ ସାରଥୀ ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା ।

Udyog Nursery
Udyogi Nursery

ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକା ଡ଼. ପ୍ରତିମା ରାଣୀ ମିଶ୍ର ଷଡଙ୍ଗୀ ଯୋଗଦେଇ ଉତ୍କଳ ମାତାର ସ୍ୱ ଲିଖିତ କବିତାରେ ଜୟ ଗାନ କରିଥିଲେ । ଉତ୍କଳ ଶିଶୁ ସାରଥୀ ମାନେ ଉତ୍କଳର ଆଗାମୀ ଯୁଗର ପଥ ପ୍ରଦର୍ଶକ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡ଼କ୍ଟର ବୈଜୟନ୍ତୀ ମାଳା ଶତପଥୀ ଉତ୍କଳ ଦିବସର ଆଭିମୁଖ୍ୟ ଇତିହାସ ପୃଷ୍ଠଭୂମିକୁ ନେଇ ସ୍ପଷ୍ଟ କରିଥିଲେ । ବିଶିଷ୍ଟ ବକ୍ତା ଏବଂ ଅତିଥି ବକ୍ତା ଭାବେ ପଣ୍ଡିତ ନୀଳକଣ୍ଠ ରାଉତ, ଡ଼କ୍ଟର ଲକ୍ଷ୍ମଣ ସାହୁ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଇଂ ସୁଶାନ୍ତ କୁମାର ବଳ ପ୍ରମୁଖ ଯୋଗଦାନ କରି ଉତ୍କଳର ଅପରୂପ ଶୋଭାରାଜି, ସଂସ୍କୃତି , ପରମ୍ପରା ଏବଂ ଇତିହାସର ଗାଥାକୁ ବର୍ଣ୍ଣନା କରିଥିଲେ ।

ଉକ୍ତ ଅବସରରେ ଡ. ପ୍ରତିମା ରାଣୀ ମିଶ୍ର ଷଡଙ୍ଗୀଙ୍କ ପୁସ୍ତକ “ଶୁଖିଗଲା ମହାନଦୀ ମିଶିଗଲା ସାଗରରେ” ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ଜନ ରଞ୍ଜନ ପ୍ରଧାନ, ନବ କିଶୋର ଶତପଥୀ, ମହେଶ୍ଵର ବେହେରା, ସାଗର କୁମାର ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଡାକ୍ତର ନବ କିଶୋର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.