ବିଜେପି ଉପରେ ସତ୍ୟପାଲଙ୍କ ରାଗ କାହିଁକି?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କାହିଁକି ବିଜେପି ଉପରେ ଖପ୍ପା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ। ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବିଧାୟକ, ସାଂସଦ ତଥା ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ବହୁ ବର୍ଷ କାର୍ଯ୍ୟ କରିଥିବା ସତ୍ୟପାଲ କାହିଁକି ଲଗାତର ଭାବେ ବିଜେପିକୁ ଟାର୍ଗେଟ କରୁଛନ୍ତି ତାକୁ ନେଇ ଆଲୋଚନା ହେଉଛି। ବିହାର, ଜାମ୍ମୁ-କାଶ୍ମୀର, ଗୋଆ, ମେଘାଳୟ ସମେତ ଅତିରିକ୍ତ ଭାବେ କିଛି ଦିନ ଓଡିଶାର ରାଜ୍ୟପାଳ ଭାବେ ଦାୟୀତ୍ୱ ତୁଲାଇଥିବା ସତ୍ୟପାଲ ମଲ୍ଲିକ ବିଜେପି ବିରୋଧରେ ବର୍ଷୁଛନ୍ତି। ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ ଅଣବିଜେପି ଦଳମାନଙ୍କ ସହ ମିଶି ବିଜେପି ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି ସତ୍ୟପାଲ। ଏକ ଜାତୀୟ ଗଣମାଧ୍ୟମରେ ସତ୍ୟପାଲଙ୍କ କହିବା ଅନୁଯାୟୀ ସେ ଅନାବଶ୍ୟକ ବିବାଦ ଭିତରକୁ ଆସିବାକୁ ଚାହୁଁନାହାଁନ୍ତି। କେବଳ ବିଜେପି ବିରୋଧରେ ଲୋକଙ୍କୁ ଏକଜୁଟ କରିବାକୁ ଉଦ୍ୟମ ଜୋରଦାର କରୁଛନ୍ତି। ଆଗାମୀ ଦିନରେ ସେ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ହେଲେ ୨୦୨୪ରେ ବିଜେପି ବିରୋଧରେ ପ୍ରଚାର ଜାରି ରଖିବେ ବୋଲି କହିଛନ୍ତି । ଏପରିକି ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗରେ ମତ ରଖିଛନ୍ତି ସତ୍ୟପାଲ । ରାହୁଲ ଗାନ୍ଧୀଙ୍କ ସହ ଯାହା ଘଟିଲା ତାହା ଠିକ ନୁହେଁ ବୋଲି ସେ କହିଛନ୍ତି । ସଂସଦରେ ରାହୁଲ ଗାନ୍ଧୀ ନିଜର ପକ୍ଷ ରଖିବାକୁ ଚାହୁଁଥିବା ବେଳେ ବାଚସ୍ପତି ରାହୁଲ ଗାନ୍ଧୀଙ୍କୁ ସମୟ ନ ଦେବା ଠିକ ନୁହେଁ ବୋଲି ସତ୍ୟପାଲ ମଲ୍ଲିକ କହିଛନ୍ତି। ଯାହାକୁ ନେଇ ରାଜନୀତି ଜୋର ଧରିଛି। ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରିଥିବା ଏକମାତ୍ର ରାଜ୍ୟପାଳ ଭାବେ କେନ୍ଦ୍ରର ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲଗାତର ଟାର୍ଗେଟ କରୁଥିଲେ ସତ୍ୟପାଲ। ବିଜେପିର ଗୋଆ ସରକାରରେ ଦୁର୍ନୀତି ଏକ ଅଂଶ ବୋଲି କହିବା ସହ ଜାମ୍ମୁ କାଶ୍ମୀରରେ ସରକାରଙ୍କ କିଛି ନିଷ୍ପତ୍ତିରେ ସହମତି ପ୍ରକାଶ ନ କରିବାରୁ ତାଙ୍କୁ ବଦଳି କରାଯାଇଥିଲା ବୋଲି ସେ କହିଥିଲେ। ଏଭଳି ଅନ୍ଦାଜ ପାଇଁ ସତ୍ୟପାଲଙ୍କୁ ସାରା ଦେଶ ଜାଣେ। ତେଣୁ ରାହୁଲଙ୍କ ବିରୋଧରେ ବର୍ତ୍ତମାନର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶବ୍ୟାପୀ ଏକ ବିଜେପି ବିରୋଧୀ ବାତାବରଣ ତିଆରି ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ସତ୍ୟପାଲଙ୍କ ବର୍ତ୍ତମାନ ବୟାନ ଆହୁରି ରୋଚକ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.