କଳାହାଣ୍ଡି,୨୫/୧୧:
ଜାତି , ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ପରକୁ ଆପଣେଇ ନେଇ ସମାଜ ସେବାରେ ବ୍ରତୀ ମହିୟସୀ ମହିଳା ଉଷା ଦେବୀଙ୍କ ଏକଦଶାହ ଦିବସରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ଉଷା ଦେବୀ ନର୍ଲା ବ୍ଲକ ଅନ୍ତର୍ଗତ ରେଖପୁର ଗୌନ୍ତିଆ ଟଙ୍କଧର ଭୋଇଙ୍କ ଧର୍ମପତ୍ନୀ ଥିଲେ । ୪୦ ବର୍ଷଧରି ନର୍ଲା ବ୍ଲକ ଯାଦବ ସମିତିର ସଭାପତି ଭାବେ କାର୍ଯ୍ୟକରିଥିବା ସ୍ବାମୀ ଟଙ୍କଧର ଭୋଇଙ୍କୁ ସମାଜସେବା କ୍ଷେତ୍ରରେ ସେ ସହଯୋଗ କରି ଆସୁଥିଲେ ।
ଜଣେ ଅହଂକାର ଶୁନ୍ୟ , ଜନସେବା ବ୍ରତୀ ତଥା ବନ୍ଧୁ ବତ୍ସଳ ମହିଳା ଭାବେ ଉଷା ଦେବୀଙ୍କ ବିଶେଷ ଖ୍ୟାତି ରହିଛି । ତାଙ୍କର ଶୋକ ସଭାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ , ଅଭ୍ୟର୍ଥନା କମିଟି ସଭାପତି ହରିଶଙ୍କର ବାଗ , ନାରୀ ନେତ୍ରୀ ଇଲା ସେଲମା ନାଏକଙ୍କ ସମେତ ଶେଷଦେବ ପୋଢ , ପଦ୍ମଲୋଚନ ଜାଲ , ହୃଷିକେଶ ଭୋଇ , ଲକ୍ଷ୍ମଣ ବାଗ , ଗିରିଧାରି ଗଉଡ ,
ଚୁଡାମଣୀ ନାଏକ , ଦୋଳଚନ୍ଦ୍ର ବାଗ , ସନ୍ତୋଷ କଟା , ଶିବ ହାତୀ , ଧନେଶ୍ବର ଭାଟି , ଅରକ୍ଷୀତ ଭଇଁସାଲ , କୃଷ୍ଣଚନ୍ଦ୍ର ଲହଜଲ , ପ୍ରେମାନନ୍ଦ ଘି , ସଂଜୟ ଧଙ୍ଗଡାମାଝୀ ପ୍ରମୂଖ ଯାଦବ ନେତୃବୃନ୍ଦ ଯୋଗଦେଇ ସ୍ବର୍ଗତ ଉଷା ଦେବୀଙ୍କ ସୃତି ଚାରଣକରି ଶୋକ ସନ୍ତପ୍ତ ପରିବାରକୁ ସମାବେଦନ ଜ୍ଞାପନ କରିଥିଲେ ।