ଜିଲ୍ଲା ମିଳିତ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ

ମେ ୨୨ରୁ ପିନ୍ଧିବେ କଳାବ୍ୟାଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଅମଲା ଭବନ ପରିସରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ସଭାପତିତ୍ୱ ତଥା ଆଶୁତୋଷ ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ କଳାହାଣ୍ଡି ଜିଲ୍ଲା ସଙ୍ଘର ବିଭିନ୍ନ ବ୍ଳକ ଅଧ୍ୟକ୍ଷ ତଥା ଆବାହକ ଓ ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୧୫୦ ଅମଲା ଅଂଶଗ୍ରହଣ କରିଥିଲେ।ପ୍ରକାଶ ଥାଉକି କନିଷ୍ଠ ସହାୟକମାନଙ୍କ ମୂଳ ଦରମା ଲେଭେଲ-୯ ଗ୍ରେଡ ପେ-୪୨୦୦ କରିବା ପାଇଁ ସରକାରଙ୍କୁ ଏ ସଂକ୍ରାନ୍ତୀୟ ଚରମ ଦାବିପତ୍ର ଗତ ମେ ୧ ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ତେବେ ଦିଆଯାଇଥିବା ସମୟ ଅବଧି ମଧ୍ୟରେ ସରକାର ଦାବି ପୂରଣ ଦିଗରୁ କୌଣସି ପଦକ୍ଷେପ ନ ନେବାରୁ ଆସନ୍ତା ମେ ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ସ୍ବରୂପ କଳାବ୍ୟାଚ ପରିଧାନ କରିବେ। ଏହି ସମୟ ମଧ୍ୟରେ ଯଦି ଦାବି ପୂରଣ ନ ହୁଏ ତେବେ ଜୁନ୧ ତାରିଖରୁ ଜିଲ୍ଲାର ସମସ୍ତ ଅମଲା ସମୂହ ଛୁଟିରେ ଯିବେ ବୋଲି ଜଣାପଡିଛି। ଓଡ଼ିଶା ଅମଲା ସଙ୍ଘ କଳାହାଣ୍ଡି ଜିଲ୍ଲା ସଭାପତି ସୁକାନ୍ତ ମହାପାତ୍ର, ସଂଘର ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ଜଗତ ନାରାୟଣ ବେହେରା, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ବ୍ରଜବନ୍ଧୁ ମୁଣ୍ଡ, ବରିଷ୍ଠ ଅମଲା କାଶୀନାଥ ଦଣ୍ଡସେନା, ରାଜକିଶୋର ସାହୁ, ଟଂକଧର ସାହୁ, ଲକ୍ଷ୍ମୀ ନାରାୟଣ ପୃଷ୍ଟି, ଲକ୍ଷ୍ମଣ ବଚ୍ଛା, ରତ୍ନାକର ଧଙ୍ଗଡାମାଝୀ, ବିଶ୍ଵନାଥ ମୁଣ୍ଡ, ମନୋରଞ୍ଜନ ଛତ୍ରପାଲ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.