ମିଳିତ ଭାବେ ବିବୃତ୍ତି ଜାରି କଲେ ୧୯ ଦଳ; ନୂଆ ସଂସଦ ଭବନ ଉଦ୍‌ଘାଟନକୁ ଯିବେନି ବିରୋଧୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ଶେଷରେ ସେୟା ହେଲା। ନୂଆ ସଂସଦ ଭବନ ଉଦ୍‌ଘଠାନକୁ ବର୍ଜନ କଲେ ବିରୋଧୀ ଦଳ। ଏନେଇ ୧୯ଟି ବିରୋଧୀ ଦଳ ମିଳିତ ଭାବେ ବିବୃତ୍ତି ଜାରି କରିଛନ୍ତି। ଆଉ ମାତ୍ର ୪ ଦିନ ଅର୍ଥାତ୍ ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ମୋଦୀ ଏହାକୁ ଉଦ୍‌ଘାଟନ ନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍‌ଘାଟନ କରନ୍ତୁ ବୋଲି କଂଗ୍ରେସ କହିଥିଲା। ଏହାଛଡ଼ା ନୂଆ ସଂସଦ ଭବନରେ ଭାରତର ପୂର୍ବଜମାନଙ୍କୁ ଅବହେଳା କରାଯାଇଥିବା କଂଗ୍ରେସ ଅଭିଯୋଗ କରି ପ୍ରଶ୍ନ ଉଠାଇଥିଲା। ତେଣୁ ବିରୋଧୀମାନେ ନୂଆ ସଂସଦ ଭବନ ଉଦ୍‌ଘାଟନକୁ ବୟକଟ୍ କରିପାରନ୍ତି ବୋଲି କଳ୍ପନା କରାଯାଉଥିଲା। ଏବେ ତାହା ସତ ହୋଇଛି। କଂଗ୍ରେସ ସମେତ, ଆମ୍ ଆଦ୍‌ମୀ ପାର୍ଟି, ତୃଣମୂଳ କଂଗ୍ରେସ, ଦ୍ରାଭିଡ଼ ମୁନ୍ନେତ୍ରା କାଝାଗାମ,ବାମ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଜନତା ଦଳ ୟୁନାଇଟେଡ୍, ନ୍ୟାସ୍‌ନାଲ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ଉଦ୍ଧବ ବାଲାସାହେବ ଠାକ୍‌ରେ ଶିବସେନା ଓ ଅନ୍ୟମାନେ ନୂଆ ସଂସଦ ଭବନକୁ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଆସିବେ ନାହିଁ ବୋଲି ବୁଧବାର ମିଳିତ ଭାବେ କହିଛନ୍ତି। ନୂଆ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ବରୋଧୀଙ୍କ ଭିନ୍ନ ମତ ରହିଛି। ଅନେକ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘଟାନକୁ ଅସ୍ୱୀକାର କରି ଏହାକୁ ରାଷ୍ଟ୍ରପତି ଉଦ୍‌ଘଟାନ କରିବା କଥା କହୁଥିବା ବେଳେ କିଛି ଭି.ଡି ସାବରକରଙ୍କ ଜନ୍ମଦିନରେ ଉଦ୍‌ଘାଟନ କରିବାକୁ ନାପସନ୍ଦ କରୁଛନ୍ତି। ଏନେଇ ବିରୋଧୀ ଦଳ ପକ୍ଷରୁ ଜାରି ହୋଇଥିବା ମିଳିତ ବିବୃତ୍ତିରେ କୁହାଯାଇଛି “ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରି ନୂଆ ସଂସଦ ଭବନ ଉଦ୍‌ଘାଟନ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ନିଷ୍ପତ୍ତି ନେଇଛନ୍ତି। ଏହା କେବଳ ଏକ ଗଭୀର ଅପମାନ ନୁହେଁ ବରଂ ଆମ ଗଣତନ୍ତ୍ରକୁ ସିଧା ପ୍ରହାର ସଦୃଶ। ଏହି ଅଶୋଭନୀୟ କାର୍ଯ୍ୟ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛି ଓ ସମ୍ବିଧାନର ଧାରା ଓ ଦିଗକୁ ଅପମାନିତ କରିଛି। ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ପାଉଁ ଯେଉଁ ଦଳ ଉତ୍ସବମୁଖର ହୋଇଥିଲା ଏହା ସେହି ଉତ୍ସାହକୁ ମଧ୍ୟ ଦୁର୍ବଳ କରିଦେଇଛି।” ଏଥିରେ ଆହୁରି ମଧ୍ୟ କୁହାଯାଇଛି “ ସଂସଦକୁ ବାରମ୍ବାର ଖୋଳ କରିଥିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଗଣତାନ୍ତ୍ରୀକ କାର୍ଯ୍ୟ ନୂଆ ନୁହେଁ। ଯେବେ ଯେବେ ବିରୋଧୀ ସଦସ୍ୟମାନେ ଦେଶର ଲୋକଙ୍କ କଥା ଉଠାଇଛନ୍ତି ସେବେ ସଂସଦରେ ବିରୋଧୀ ସଦସ୍ୟଙ୍କୁ ନିଲମ୍ବିତ, ଅଯୋଗ୍ୟ, ଓ ମୁକ କରିଦିଆଯାଇଛି। ଯେବେ ଗଣତନ୍ତ୍ରର ଆତ୍ମାକୁ ସଂସଦରୁ ଶୋଶି ନିଆଯାଇଛି ସେଠି ଆମକୁ ନୂଆ ସଂସଦ ଭବନର କୌଣସି ମୂଲ୍ୟ ଦେଖାଯାଉ ନାହିଁ। ” ବୟକଟ ଘୋଷଣା କରି ବିରୋଧୀ ଲେଖିଛନ୍ତି “ ନୂଆ ସଂସଦ ଭବନ ଉଦ୍‌ଘଟାନର ବହିଷ୍କାର କରିବାକୁ ଆମେ ଆମର ସମୁହିକ ନିଷ୍ପତ୍ତି ଘୋଷଣା କରୁଛୁ। ଆମ ଏହି ନିରଙ୍କୁଶ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ବିରୋଧରେ  ଲଢ଼େଇ ଜାରି ରଖିବୁ। ଆମେ ଆମ ମେସେଜ୍ ସିଧା ଭାରତର ଲୋକମାନଙ୍କ ପାଖକୁ ନେଇ ଯିବୁ।  ”

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.