ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାଧାନ ଶିକ୍ଷକ ଅଭିମନ୍ୟୁ ପଧାନ ମଇ ୩୧ ରେ ଶିକ୍ଷକତା ଜୀବନରୁ ଅବସର ନେଇଛନ୍ତି । ତାଙ୍କୁ ଭାନପୁର କ୍ଲଷ୍ଟର ତରଫରୁ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି । ଭାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଭାନପୁର ହାଇସ୍କୁଲର ପ୍ରାଧାନ ଶିକ୍ଷକ ଦୁର୍ଗାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିବା ବେଳେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ଏବିଇଓ ସୁଦର୍ଶନ ମହାନ୍ତି, ଗୋବର୍ଦ୍ଧନ ମାଝୀ, ନର୍ଲା ଶିକ୍ଷକ ସଂଘର ସଭାପତି ମିନକେତନ ସାହୁ, ସାଧାରଣ ସମ୍ପାଦକ ଅମିତ କୁମାର ଶର୍ମା, ଭାନପୁର କ୍ଲଷ୍ଟରର ସିଆରସିସି ଚତୁର୍ଭୁଜ ସାହୁ, ଅବସରପ୍ରାପ୍ତ ଶିକ୍ଷକ ସରୋଜ କୁମାର ଚାନ୍ଦ, ନର୍ଲା ବ୍ଲକ ସଭାପତି ପରେଶ ପଧାନ, ଶିକ୍ଷକ ରବିନ୍ଦ୍ର ସେଠୀ ପ୍ରମୁଖ ମଞ୍ଚାସୀନ ରହି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପଧାନଙ୍କ ଶିକ୍ଷକତା ଜୀବନରର ମହନୀୟତା ବଖାଣିବା ସହ ତାଙ୍କର ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟ ନିଷ୍ଠାର ଉଦାହରଣ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶ୍ରୀ ପଧାନ ଶିକ୍ଷକତା ବ୍ୟତୀତ ଜଣେ ଉତ୍ତମ ଚାଷୀ ହେବା ସାଙ୍ଗକୁ ଏକାଧାରରେ ଅନେକ ଗୁଣ ଓ କଳାର ଅଧିକାରୀ ରହିଥିଲେ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିବା ସହିତ ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି ମଙ୍ଗଳ ମନାସୀ ଥିଲେ । ଭାନପୁର ହାଇସ୍କୁଲର କ୍ରୀଡା ଶିକ୍ଷକ ଧୃବ ନାଗ ମଞ୍ଚ ସଂଯୋଜନା କରିଥିଲେ । ଏହାପରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପଧାନ ତାଙ୍କ ଚାକିରୀ ଜୀବନର ଅନୁଭୁତି ବର୍ଣ୍ଣନା କରିବା ସହିତ ସେ ଶିକ୍ଷା ବିଭାଗରୁ ଅନେକ କିଛି ବହୁମୂଲ୍ୟ ଶିକ୍ଷା ପାଇଛନ୍ତି । ଯାହା ତାଙ୍କ ପରବର୍ତ୍ତି ଜୀବନକାଳରେ ପଥପ୍ରଦର୍ଶକ ରହିବ ବୋଲି କହିବା ସହିତ ସେ ଶିକ୍ଷା ବିଭାଗ ନିକଟରେ ଋଣୀ ରହିବେ ବୋଲି କହିଥିଲେ । ଏହାପରେ ଭାନପୁର ହାଇସ୍କୁଲ ଷ୍ଟାଫ୍ ତରଫରୁ, ଭାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଏବଂ ଭାନପୁର କ୍ଲଷ୍ଟର ତରଫରୁ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦାୟୀ ଶିକ୍ଷକ ଅଭିମନ୍ୟୁ ପଧାନଙ୍କୁ ଉପହାର ସବୁ ଅର୍ପଣ କରିଥିଲେ । ଏକ ଭାବ ବିହ୍ଵଳ ପରିବେଶ ମଧ୍ୟରେ ସମାପନ ହୋଇଥିଲା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା । ଶେଷରେ କ୍ରୀଡା ଶିକ୍ଷକ ଶ୍ରୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.