ବିଜେଡ଼ିର ମିଶ୍ରଣ ପର୍ବ ସରିବାର ୨୪ଘଣ୍ଟା ନ ପୁରୁଣୁ ସରପଞ୍ଚ କହିଲେ ମୁଁ ବିଜେପିରେ ଅଛି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି-ବିଜେଡ଼ି ମଧ୍ଯରେ ସେତିକି ଶୀତଳ ଯୁଦ୍ଧ ଆରମ୍ଭ ହେଉଛି। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଅଧ୍ୟକ୍ଷତାରେ କ. ନୂଆଗାଁ ବ୍ଲକ ବାଲିଗାଡ଼ା ପଞ୍ଚାୟତରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ବାଲିଗାଡ଼ାର ବିଜେପି ସମର୍ଥିତ ସରପଞ୍ଚ କନକ ଲତା ପ୍ରଧାନ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ମିଶିଲେ ବୋଲି ବିଜେଡ଼ି କହିବାର ୨୪ଘଣ୍ଟା ନ ପୂରୁଣୁ ଶ୍ରୀମତୀ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସେ ବିଜେପିରେ ଥିଲେ ଏବେ ବି ଅଛନ୍ତି ସେ ବିଜେଡିରେ ମିଶିବା ଘଟଣାକୁ ଖଣ୍ଡନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଘଟଣାରୁ ପ୍ରକାଶ ଯେ, ଗତ ୩୦ତାରିଖ ଦିନ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ କ. ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗାଡ଼ା ପଞ୍ଚାୟତ ରାବତବାଡି ଠାରେ ବିଧାୟକଙ୍କ ଉପସ୍ଥିତିରେ ବିଜେଡ଼ି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ କନକଲତା ପ୍ରଧାନ ସମେତ ବିଜେପି ଓ କଂଗ୍ରେସ ର ଶତାଧିକ କର୍ମୀ ବିଜେଡ଼ି ରେ ମିଶିଲେ ବୋଲି ବିଜେଡ଼ି କହିଥିଲା । ଏହି ସଭାରେ ସରପଞ୍ଚ କନକ ଲତା ପ୍ରଧାନଙ୍କ ଦେହରେ ଦଳୀୟ ଗାମୁଛା ପଡ଼ିଥିବା ବେଳେ ଶ୍ରୀମତୀ ପ୍ରଧାନ କହିଥିଲେ ଆମ ଅଞ୍ଚଳରେ ଅସୁବିଧା ଦୂର ହେବ ବୋଲି ଲୋକେ ଆଶା ରଖିଛନ୍ତି ତାଙ୍କ ଆଶାକୁ ଭାଙ୍ଗି ଦିଅନ୍ତୁ ନାହିଁ । ଯଦି ଆମ ଆଶା ପୂରଣ ହୁଏ ତେବେ ଆମେ ସାମିଲ ହେବୁ କହୁଥିଲେ ସରପଞ୍ଚ କନକଲତା ପ୍ରଧାନ । କିନ୍ତୁ ସରପଞ୍ଚ ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ ବୋଲି ଗଣମାଧ୍ୟମରେ ପ୍ରକାଶ ପରେ ପ୍ରତିକ୍ରୀୟା ପ୍ରକାଶ କରି  ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସ୍ଥାନୀୟ ବିଧାୟକ ଆସି ତାଙ୍କୁ ଅଞ୍ଚଳର ଉନ୍ନୟନ କାମ ପାଇଁ ଆଲୋଚନା କରିବା ପାଇଁ ଡ଼ାକି ଦଳୀୟ ଗାମୁଛା ପକାଇ ମୋତେ ସାମିଲ ହେଲା ବୋଲି କହିବାକୁ ମୁଁ ତୀବ୍ର ନିନ୍ଦା କରୁଛି । ମୁଁ ବିଜେଡ଼ି ର ପ୍ରାଥମିକ ସଦସ୍ୟ ମଧ୍ଯ ହୋଇନାହିଁ । ବିଜେପିରେ ହିଁ ରହିଛି ଓ ରହିଥିବି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.