ବାହାନଗା ଟ୍ରେନ ଦୁର୍ଘଟଣା : ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ପକ୍ଷରୁ ଦୀପ ଦାନ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ):  ବାଲେଶ୍ୱର ବାହାନଗାରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ସାରା ବିଶ୍ବ ସ୍ତବ୍ଧ ହୋଇପଡିଛି । ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ଓ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଟ୍ରେନ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସମେତ ଜିଲ୍ଲା ପ୍ରଶାସନ, ବାଲେଶ୍ବର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଧାରକାରୀ ଦଳ, ରେଳ ବିଭାଗର ଉଦ୍ଧାରକାରୀ ଦଳ, ଭାରତୀୟ ବାୟୁସେନା, ଡାକ୍ତରୀ ଦଳ, ସ୍ବେଚ୍ଛାକୃତ ରକ୍ତଦାତା ସମସ୍ତେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ତାନିଲନାଡ଼ୁର ଏକ ମନ୍ତ୍ରୀସ୍ତରୀୟ ପ୍ରତିନିଧି ଦଳ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ମୃତାହତଙ୍କୁ ଦେଶ ବିଦେଶରୁ ଶୋକବାର୍ତ୍ତା ଆସି ପହଞ୍ଚୁଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।  ସଂଘର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ଛକ ନିକଟରୁ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏକ ନୀରବ ଶୋଭାଯାତ୍ରା ରେ ବାହାରି ମା ‘ପାଟଖଣ୍ଡାଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ଏହି ଟ୍ରେନ ଦୁର୍ଘଟଣାର ମୃତକଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିବାସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆହତଙ୍କ ଆରୋଗ୍ୟ କାମନା କରି ମା ‘ପାଟଖଣ୍ଡାଙ୍କ ନିକଟରେ ଦୀପ ପ୍ରଜ୍ଜଳନ ସହ ମୃତକମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ଏଥିରେ ସଂଘର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ସମେତ ବରିଷ୍ଠ ଉପଦେଷ୍ଟା ସତ୍ୟ ନାରାୟଣ ପାଢ଼ୀ, ମନୋରଞ୍ଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ସମୀର କୁମାର ସାହୁ, ଇସାକ ପ୍ରଧାନ, ସୁକାନ୍ତ କୁମାର ତ୍ରିପାଠୀ, ଅଜିତ ଦିଗାଲ, ଜ୍ୟୋତି ପ୍ରକାଶ ସାମନ୍ତରାୟ ଓ ରଞ୍ଜିତ କୁମାର ପ୍ରଧାନ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ପ୍ରତ୍ୟେକ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ତରଫରୁ ମଧ୍ୟ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ତତ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟରେ ଲଗିଥିବା ସମସ୍ତଙ୍କୁ ସଂଘ ତରଫରୁ ପ୍ରସଂଶା ମଧ୍ୟ କରାଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.