ଝିଅକୁ ଅଭିନେତ୍ରୀ ବନେଇବା ଜିଦ୍‌ରେ ହରମୋନ୍ ଔଷଧ ଖୁଆଉଥିଲା ମାଆ

ନିଜ ଝିଅକୁ ଅଭିନେତ୍ରୀ ବନେଇବା ଜିଦ୍‌ରେ ଦୀର୍ଘ ଦିନ ଧରି ହରମୋନ୍ ଔଷଧ ଖୁଆଉଥିଲା ମାଆ। ଯାହା ଝିଅର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି। ନାବାଳିକାର ବସୟ ମାତ୍ର ୧୬ ବର୍ଷ ଏବଂ ତାଙ୍କ ମାଆ ପ୍ରାୟ ଚାରି ବର୍ଷ ଧରି ଏହି ଔଷଧ ଦେଉଥିଲେ। ଏଭଳି ଏକ ଚକିତ ଜନକ ଘଟଣା ଆନ୍ଧ୍ରପ୍ରଦେଶର ଅମରାବତୀରେ ଘଟିଛି। ଶରୀର ପୀଡ଼ା ସହିନପାରି ନାବାଳିକା ବାଧ୍ୟ ହୋଇ ଚାଇଲ୍ଡ ଲାଇନରେ ଅଭିଯୋଗ କରିଛି। ଅଭିଯୋଗକୁ ଆଧାର କରି ଆନ୍ଧ୍ରପ୍ରଦେଶର ଶିଶୁ ଅଧିକାର ସୁରକ୍ଷା ଆୟୋଗ ନାବାଳିକାକୁ ଉଦ୍ଧାର କରିଛି। ଏକାଦଶ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଅଭିଯୋଗ କରିଛି ଯେ, ‘ମୋ ମାଆ ମୋତେ ମାତ୍ରାଧିକ ଔଷଧ ଦେଉଥିଲେ। ଯେତେବେଳେ ମୁଁ ଏହି ବଟିକା ଖାଉଥିଲି, ମୁଁ ଦୁର୍ବଳ ହୋଇଯାଉଥିଲି। ଔଷଧ ଖାଇବାର ପରଦିନ ମୁଁ ମଟୋ ହୋଇଯାଏ। ଏହା ବହୁତ ଯନ୍ତ୍ରଣାଦାୟକ। ଏହା ମୋର ପାଠ ପଢାରେ ପ୍ରଭାବ ପକାଉଥାଏ।’ ନାବାଳିକାର ଅଭିଯୋଗ ଅନୁସାରେ ମାଆ କୌଣସି ଏକ ବ୍ୟକ୍ତିକୁ ଚଳଚ୍ଚିତ୍ର ନିର୍ମାତା କହି ଘରକୁ ଡାକୁଥିଲେ ଏବଂ ସେହି ବ୍ୟକ୍ତି ସହ ଅନ୍ତରଙ୍ଗ ହେବା ପାଇଁ ନାବାଳିକାକୁ ବାଧ୍ୟ କରୁଥିଲେ ତା ମାଆ। ନାବାଳିକା ରାଜି ନହେଲେ ନିର୍ଯାତନା ଦେଉଥିଲେ। ସେପଟେ ତାଙ୍କ ପିତା ରାଜେଶ କୁମାର ତାଙ୍କ ମା’ଙ୍କୁ ଛାଡପତ୍ର ଦେଇଛନ୍ତି। ଏହା ପରେ ସେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। କିଛି ବର୍ଷ ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଆପା ରାଓ କହିଛନ୍ତି ଯେ ନାବାଳିକାଟି ପ୍ରଥମେ ୧୧୨ ଡାଏଲ କରିଥିଲା, କିନ୍ତୁ କୌଣସି ସାହାଯ୍ୟ ପାଇଲା ନାହିଁ। ପରେ ଅନ୍ୟ ଜଣଙ୍କ ସାହାଯ୍ୟରେ ଚାଇଲ୍ଡଲାଇନ ନମ୍ବର ୧୦୯୮ ଡାଏଲ କରିଥିଲା। ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଏହି ଶିଶୁ ଅଧିକାର ସୁରକ୍ଷା ଆୟୋଗ ନାବାଳିକାର ଅଭିଯୋଗ ପୋଲିସକୁ ହସ୍ତାନ୍ତର କରିଥିଲା। ଅଭିଯୋଗରେ ନାବାଳିକା କହିଛି, “ମୋର ଦ୍ୱାଦଶ ପରୀକ୍ଷା ସରିବା ପରେ ମାଆ ମୋତେ ଫିଲ୍ମ ନିର୍ଦ୍ଦେଶକ ଏବଂ ନିର୍ମାତାମାନଙ୍କ ସହ କାମ କରେଇବାକୁ ଚାହୁଁଛନ୍ତି। ଯେତେବେଳେ ବି ମୁଁ ଔଷଧ ଖାଇବାକୁ ମନା କରେ, ସେ ମୋତେ ପିଟନ୍ତି ଏବଂ ଧମକ ମଧ୍ୟ ଦିଅନ୍ତି। ” ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଚେୟାରମ୍ୟାନ୍ କେସାଲୀ ଆପା ରାଓଙ୍କ ନେତୃତ୍ୱରେ ଶିଶୁ କଲ୍ୟାଣ କମିଟି ପୋଲିସ ଅଧିକାରୀଙ୍କ ସହ ନାବାଳିକାଙ୍କ ଘରକୁ ଯାଇ ତାକୁ ଉଦ୍ଧାର କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.