ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର : ଓଡ଼ିଶାରେ ତୁଟୁନାହିଁ ଆବାସ କଳି I ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଓଡିଶା ବିଜେପି ନେତାଙ୍କ ଉପରେ ବର୍ଷିଲା ବିଜେଡି I ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେଡି। ବାସଗୃହ ହେଉଛି ମୌଳିକ ଆବଶ୍ୟକତା। ସମ୍ମାନ ର ସହିତ ବଂଚିବା ପାଇଁ ଘରର ଆବଶ୍ୟକତା। ଆବାସ ଯୋଜନାରେ ବିଗତ ବର୍ଷ ବିଭିନ୍ନ ରାଜ୍ୟରେ ଲୋକ ଘର ପାଉଥିଲେ। ୨୦୧୯ ରେ ଓଡ଼ିଶାରେ ବିଜେପି ଶୋଚନୟ ପରାଜୟ କଲା ବିଜେପି। ପରାଜୟକୁ ସହିପାରିଲା ନାହିଁ ବିଜେପି। ଘର ପାଇବାରୁ ବଞ୍ଚିତ ପାଇଁ ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଷଡଯନ୍ତ୍ର କଲେ। ଓଡ଼ିଶାର ସ୍ୱାର୍ଥ ପାଇଁ ସଂସଦ ବିଜେପି ସାଂସଦ ଦାବି ରଖିବା କଥା କିନ୍ତୁ ସେମାନେ ଏବଂ ନିର୍ଦ୍ଧିଷ୍ଟ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀଙ୍କୁ ଭେଟି ଓଡିଶାକୁ ଘରନ ଦେବାକୁ ଚାପ ପକାଇଲେ।ଯାହାଫଳରେ ୩ ବର୍ଷ କାଳ ୨୦୧୯-୨୨ ପର୍ଯ୍ୟନ୍ତ ସେମାନେ ସଫଳ ହେଲେ ଆଉ ଓଡିଶାକୁ ଘର ମିଳିଲା ନାହିଁ। ଆବାସ ପୋର୍ଟାଲ ଓଡ଼ିଶା ପାଇଁ ବନ୍ଦ କରି ଦେଲେ। ଓଡ଼ିଶା ବିଜେପି ସାଂସଦ ମାନେ ଏବଂ କେନ୍ଦ୍ରମନ୍ତ୍ରୀ ନିକଟରେ ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ଭୁଲ ତଥ୍ୟ ଦେଇଛନ୍ତି। ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଲେ। ୭୫ ଲକ୍ଷ ଘର ଆସିଛି ଏହି ଭୁଲ ତଥ୍ୟ ଦେଇ ସଭାପତିଙ୍କୁ କଠିନ ଓ ଲଜ୍ଜ୍ୟା ଜନକ ସ୍ତିତିକୁ ଠେଲି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୨୬ ଲକ୍ଷ ଘର ମିଳିଛି। ଅତୀତରେ ଯେଉଁ ଷଡଯନ୍ତ୍ର କରିଥିଲେ ଏବେବି ସେୟା ଅବ୍ୟାହତ ରଖିଛନ୍ତି। ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ, ପଞ୍ଚାୟତି ରାଜ ମନ୍ତ୍ରୀ ବାରମ୍ବାର ଚିଠି ଲେଖିବା ପରେ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ଦେଲେ। ୭ ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହେଲେ। ସାମାନ୍ୟତମ ସହାନୁଭୂତି ଥିଲେ ନିଜ ବିବେକକୁ ପଚାରନ୍ତୁ ବିଜେପି ସାଂସଦ। ଗରିବ ଲୋକଙ୍କୁ ଘର ଯୋଗାଇବା ବଦଳରେ ଘର ଅଟକାଉଛନ୍ତି ଶ୍ରେୟ ରାଜ୍ୟ ସରକାରଙ୍କୁ ଚାଲିଯିବ ସେଥିପାଇଁ ଷଡଯନ୍ତ୍ର କରୁଛି ବିଜେପି। ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି ତେବେ ବିଜେପି ସାଂସଦଙ୍କ କଥାରେ ପଡି ଘର ବନ୍ଦ କରିଛନ୍ତି। ଜିଏ ଭଲ ପଦର୍ଶନ କରିଛି ଆହୁରି ଅଧିକ ଘର ଦେବା କଥା। ଲୋକଙ୍କୁ ଭ୍ରମିତ କରୁଛି ବିଜେପି। ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କ ଚକ୍ରାନ୍ତକୁ ଫଣ୍ଡ କରିବା ପାଇଁ ମୋ ଘର ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର। ବଞ୍ଚିତ ୭ ଲକ୍ଷରୁ ଅଧିକ ହିତାଧିକାରୀ ଘର ପାଇବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.