ଏକାଉଣ୍ଟରୁ ଜାଲିଆତି କରି ଲକ୍ଷାଧିକ ଟଙ୍କା ଉଠାଇ ଫେରାର ହେଲେ ଗ୍ରାହକ ସେବା କେନ୍ଦ୍ର ପରିଚାଳକ; ଥାନାର ଦ୍ୱାରସ୍ତ ହେଲେ ହିତାଧିକାରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆମପାଣି ଅଧୀନରେ ଥିବା ବଡ଼ ପୋଡ଼ାଗୁଡା ଗ୍ରାହକ ସେବାକେନ୍ଦ୍ର ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂ ଗ୍ରାହକ ଓ ହିତାଧିକାରୀ ଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରି ଛୁ ମାରିଥିବା ନେଇ ହିତାଧିକାରୀ ମାନେ ଆମପାଣି ଥାନା ରେ ଅଭିଯୋଗ କରିଥିବା ଜଣାପଡ଼ିଛି।ସୂଚନା ମତେ କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗ୍ରାମର ଯୁବକ ଜଗଦୀଶ ଚନ୍ଦ୍ର ସିଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଅନୁମୋଦନ ପରେ ଏକ ଗ୍ରାହକ ସେବାକେନ୍ଦ୍ର ବଡ଼ ପୋଡ଼ାଗୁଡା ଗ୍ରାମ ରେ ଖୋଲିବା ପାଇଁ ଅନୁମତି ପାଇଥିଲେ ହେଲେ ସେ ବଡ଼ ପୋଡ଼ାଗୁଡା ପରିବର୍ତ୍ତେ ଆମପାଣି ଠାରେ ଦୀର୍ଘକିଛି ବର୍ଷ ହେବ ଚଳାଇ ଆସୁଥିଲେ। ତେବେ ବିଗତ ଏକ ମାସ ମଧ୍ୟରେ ଗ୍ରାହକ ସେବାକେନ୍ଦ୍ର ରେ ଜମାଖାତା ଖୋଲିଥିବା ଗ୍ରାହକ ଓ ହିତାଧିକାରୀଙ୍କ ଏକାଉଣ୍ଟ ରୁ ଜାଲିଆତି କରି ପର୍ଯ୍ୟାୟ କ୍ରମେ ଲକ୍ଷାଧିକ ଟଙ୍କା ଉଠାଇ ଫେରାର ହୋଇଥିବା ଅଭିଯୋଗ ହୋଇଛି l ଠକାମୀ ର ଶିକାର ହୋଇଥିବା ଜମାକାରୀ ମାନେ ନିଜ ଜମାଖାତା ଚେକ କରିବାରୁ ସେମାନଙ୍କ ଟଙ୍କା ଉଠାଣ ହୋଇଥିବା ରୁ ଗ୍ରାହକ ସେବାକେନ୍ଦ୍ର କୁ ଯାଇଥିଲେ, ହେଲେ ତାଲା ପଡିଥିବା ଦେଖି ଜଗଦୀଶ କୁ ଫୋନ କଲେ ମଧ୍ୟ ଆଉ ଉଠାଇଲେ ନାହିଁ, l ପରେ ସ୍ଥାନୀୟ ଆମପାଣି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଙ୍କୁ ଅଭିଯୋଗ କରିବା ପରେ କୌଣସି ସମାଧାନ ର ପ୍ରତିଶ୍ରୁତି ନ ମିଳିବାରୁ ଆମପାଣି ଥାନା ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଠକାମୀ ର ଶିକାର ମଧ୍ୟରେ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ଆଵାସ ଯୋଜନା ହିତାଧିକାରୀ ଗୁରୁବାରି ପାରି ଙ୍କ ପ୍ରଥମ କିସ୍ତି ର ୪୦ ହଜାର ରୁ ୩୦ ହଜାର, ନର ବେମାଲ ଙ୍କ କୃଷି ଋଣ ରୁ ୩୦ ହଜାର , ଯଶୋଦା ହଂସ ଙ୍କ ଫାଇନାନ୍ସ ଋଣ ର ୫୦ ହଜାର ଟଙ୍କା ହଡପ କରିଥିବା ନେଇ ସୋମବାର ଆମପାଣି ଥାନା ରେ ୩ ଜଣ ଅଭିଯୋଗ କାରୀ ଦ୍ୱାରସ୍ଥ ହୋଇଥିବା ବେଳେ ଆଉ ଏମିତି ଅନେକ ଲୋକଙ୍କ ଜମାଖାତାରୁ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି। ହିତାଧିକାରୀ ଙ୍କ ଆଧାର ସଂଯୋଗ ଥିବା ଆଙ୍ଗୁଠି ଟିପ ରେ ସମସ୍ତ ଜମାଟଙ୍କା ଉଠାଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଆମପାଣି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବୈଚନ୍ଦ୍ର ବେଶ୍ରା ଙ୍କୁ ପଚାରିବାରୁ ଆମ ନିକଟରେ ମଧ୍ୟ ଅଭିଯୋଗ ହୋଇଛି, ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ ଓ ଗ୍ରାହକ ସେବାକେନ୍ଦ୍ରର ଆଇଡ଼ିକୁ ବ୍ଲକ କରାଯାଇଛି ବୋଲି କହିଛନ୍ତି। ଆମପାଣି ଥାନା ଏସ.ଆଇ ରାଜେଶ ପରିଡାଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗ ହୋଇଛି ହେଲେ ମାମଲା ରୁଜୁ ହୋଇନାହିଁ, ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.