ହଲରେ ଆଲିଆ ରଣବୀରଙ୍କ ଯାଦୁ, ନବମ ଦିନରେ କଲା ବମ୍ପର କଲେକ୍ସନ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: କରଣ ଜୋହରଙ୍କ ନିର୍ଦ୍ଦେଶିତ ରଣବୀର ଓ ଆଲିଆଙ୍କ ଅଭିନୀତ ରୋମାଣ୍ଟିକ ଡ୍ରାମା ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ବକ୍ସ ଅଫିସରେ ଧମାକା କରୁଛି । ରକି ଏବଂ ରାନୀଙ୍କ ଲଭଷ୍ଟୋରୀ ଫିଲ୍ମ ରିଲିଜ୍ ହେବାର ୯ ଦିନ ବିତିଗଲାଣି । ତଥାପି କମିନି ଫିଲ୍ମର କ୍ରେଜ । ଦ୍ଵିତୀୟ ସପ୍ତାହର ପ୍ରଥମ କିଛି ଦିନରେ ଫିଲ୍ମ ଆୟ ସମାନ୍ୟ ଭାବରେ ହ୍ରାସ ଘଟିଥିବା ବେଳେ ୯ମ ଦିନରେ ବ୍ୟବସାୟରେ ୭୦-୮୦% ବୃଦ୍ଧି ପାଇଛି । ଫିଲ୍ମ ଭାରତୀୟ ବକ୍ସ ଅଫିସରେ ଖୁବଶୀଘ୍ର ୧୦୦କୋଟି ଆୟ କରିବାକୁ ଯାଉଛି । ଯାହା ପଠାନ ପରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ରକି ଔର ରାନୀ କି ପ୍ରେମ କାହାନୀ ଜୁଲାଇ ୨୮ରେ ରିଲିଜ ହୋଇଥିଲା । ଫିଲ୍ମର ଓପନିଂ ଦମଦାର ରହିଥିଲା । ଏପରିକି ଓପନିଂ ସପ୍ତାହ ମଧ୍ୟ ଭଲ ରହିଥିଲା । ଦ୍ଵିତୀୟ ସପ୍ତାହରେ ଫିଲ୍ମର ଆୟରେ ସାମାନ୍ୟ ହ୍ରାସ ଘଟିଥିଲା । କିନ୍ତୁ ୯ମ ଦିନରେ ଫିଲ୍ମ ପୁଣି ବମ୍ପର କଲେକ୍ସନ କରିବାରେ ସଫଳ ହୋଇଛି । ରକି ଔର ରାନି କି ପ୍ରେମ କାହାନୀଙ୍କ ବକ୍ସ ଅଫିସ୍ ସଂଗ୍ରହ ୯ମ ଦିନରେ ୭୦ ରୁ ୮୦ ପ୍ରତିଶତ  ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ ଶନିବାର ଏହି ଫିଲ୍ମର ଆୟ ୧୧ ରୁ ୧୨ କୋଟି ମଧ୍ୟରେ ହୋଇଛି । ଅନ୍ୟପକ୍ଷରେ, ବିଶ୍ଵର ରୋଜଗାର ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୧୪୬.୫ କୋଟି ରୋଜଗାର କରିଛି । ୧୬୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମଟି ଖୁବଶୀଘ୍ର ତା ବଜେଟ ମୂଲ୍ୟ ବାହାର କରିବାରେ ସଫଳ ହେବ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ଚଳିତ ବର୍ଷ ଅନେକ ବଡ ଚଳଚ୍ଚିତ୍ର ରିଲିଜ କରିଛି । କିନ୍ତୁ ‘ରକି ଔର ରାନୀ’ ବର୍ଷ ଆରମ୍ଭରେ ରିଲିଜ ହୋଇଥିବା ଫିଲ୍ମ ପଠାନର ରୋଜଗାରର ଆକଳନ ପରେ ବର୍ତ୍ତମାନ ଏହି ଫିଲ୍ମ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଅଟେ । ପଠାନ ପ୍ରଥମ ସପ୍ତାହରେ ଭଲ ରୋଜଗାର କରିଥିଲା । ବର୍ତ୍ତମାନ ‘ରକି ଔର ରାନୀ କି ପ୍ରେମ କାହାନୀ’ ପ୍ରଥମ ସପ୍ତାହରେ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.