ଟିକ୍ରାପଡ଼ାରେ ବଲାଙ୍ଗୀର ଜିଲ୍ଲା କୁମ୍ଭାର ସମାଜ କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବଲାଙ୍ଗୀର ଜିଲ୍ଲା କୁମ୍ଭାର ସମାଜ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଅକ୍ଷୟ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ସଭା ପ୍ରାରମ୍ଭରେ କୁମ୍ଭାର ସମାଜର ଇଷ୍ଟ ଦେବଦେବୀ ରୁଦ୍ରପାଳ ଓ ରତ୍ନେଶ୍ଵରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା | ଅନିଲ ରଣା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସମସ୍ତ ବ୍ଲକ ସଭାପତି ନିଜସ୍ୱ ମତ ଉପସ୍ଥାପନ କରିଥିଲେ | ଉପଖଣ୍ଡ ସଭାପତି କୃଷ୍ଣଚନ୍ଦ୍ର ରଣା, ବରୁଣ ରଣା ସାଙ୍ଗଠନିକ ସୁଦୃଢତା ଲକ୍ଷ୍ୟରେ ସମସ୍ତେ କାର୍ଯ୍ୟରତ ରହିବା ପାଇଁ ଆହ୍ୱାନ ଜଣାଇଥିଲେ | ଆଇନ ପରାମର୍ଶଦାତା ଅରୁଣ ରଣା, ଦେବାଶିଷ ରଣା ଚାରିଟେବୁଲ ଟ୍ରଷ୍ଟକୁ ଆର୍ଥିକ ସହଯୋଗ କରିବାକୁ ନିବେଦନ କରିଥିଲେ | ପ୍ରତ୍ୟେକ ବ୍ଲକରେ ବୈଠକ, ନୁଆଁଖାଇ ଭେଟ କାର୍ଯ୍ୟକ୍ରମ ଆୟୋଜନ, ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ, ବାର୍ଷିକ ବିବରଣୀ ଉପସ୍ଥାପନ ନେଇ ସଭାପତି ମତବ୍ୟକ୍ତ କରିଥିବା ବେଳେ ସେସବୁକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା | ବୈଠକରେ ନିଧି ରଣା, ଧନଞ୍ଜୟ ରଣା, ଶଶୀଭୁଷଣ ରଣା, ରମେଶ ରଣା, ପ୍ରମୋଦ ରଣା, ଟଙ୍କଧର ରଣା, ଗୌରୀଶଙ୍କର ରଣା, ସୁରେନ୍ଦ୍ର ରଣା, ତେଜୁ ରଣା, ଅନାଦି ରଣା, ଖଗେଶ୍ୱର ରଣାଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀ କମିଟି କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ରହିଥିଲେ | ଟିକ୍ରାପଡ଼ା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.