ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର ପ୍ରତିଷ୍ଠାନ ମିଳିତ ଭାବରେ ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ଠାରେ ଆୟୋଜିତ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଯୁବ ସାହିତ୍ୟିକ ବ୍ରଜମୋହନ ମେହେର “କବିପୁତ୍ର ଭଗବାନ ମେହେର ସମ୍ମାନ”ରେ ସମ୍ମାନୀତ ହୋଇଛନ୍ତି l ସୁସାହିତ୍ୟିକ ସଂଜୀବ କୁମାର ହୋତାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ସମ୍ମାନିତ ଅତିଥି ଭାବରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ନରେନ୍ଦ୍ର କୁମାର ମିଶ୍ର, ମୁଖ୍ୟବକ୍ତା ସୁସାହିତ୍ୟିକା ବିଜୟିନୀ ଶତପଥୀ ପ୍ରମୁଖ ଯୋଗ ଦେଇଥିବାବେଲେ ସ୍ୱାଗତ ଭାଷଣ ଦେଇଥିଲେ ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ମିହିର କୁମାର ମେହେର l ସୂଚନା ଥାଉ କି ଶ୍ରୀ ବ୍ରଜମୋହନ ମେହେର ଏକା ଧାରରେ ଜଣେ କବି, ପ୍ରାବନ୍ଧିକ, ଆଲୋଚକ, କୋଶଲି ଭାଷା ବିଶାରଦ l ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପନ୍ଦରରୁ ଉର୍ଦ୍ଧ୍ୱ କବିତା ଏବଂ ପ୍ରବନ୍ଧ ପୁସ୍ତକ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ସମାଲୋଚନା ମୂଳକ ପୁସ୍ତକ ପ୍ରକାଶ ପାଇବା ଅପେକ୍ଷାରେ l ତାଙ୍କର ଅନେକ କୋଶଲି ପ୍ରବନ୍ଧ ଓଡ଼ିଶାର ବିଭିନ୍ନ ସମ୍ଭ୍ରାନ୍ତ ପତ୍ରିକାରେ ପ୍ରକାଶିତ ହୋଇଆସୁଅଛି l ଶ୍ରୀ ମେହେର ଉକ୍ତ ସମ୍ମାନ ପାଇଥିବାରୁ ବିଭିନ୍ନ ସାରସ୍ୱତ ଅନୁଷ୍ଠାନ, ତଥା ବ୍ୟକ୍ତି ବିଶେଷଙ୍କ ମହଳରୁ ଶୁଭେଚ୍ଛାର ସୁଅ ଛୁଟିଛି l ବର୍ତ୍ତମାନ ସେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ l





