କାଦୁଅ ପଚପଚ ଚିଲିଚିଲା-ବ୍ରାହ୍ମଣଛେଣ୍ଡିଆ ମୁଖ୍ୟ ରାସ୍ତା: ଯମ ଯନ୍ତ୍ରଣା ଭୋଗୁଛନ୍ତି ଯାତ୍ରୀ; ତୁରନ୍ତ ନିର୍ମାଣ ଦାବି

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣି ରାଉତ): ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡ଼ିଛି ଚିଲିଚିଲା-ବ୍ରାହ୍ମଣଛେଣ୍ଡିଆ ମୁଖ୍ୟ ରାସ୍ତା। ତେଣୁ ଧର୍ମଗଡ଼ ବ୍ଲକର ଏହି ରାସ୍ତା ତୁରନ୍ତ ନିର୍ମାଣ କରିବାକୁ ଦାବି ହୋଇଛି। ସୂଚନା ଅନୁସାରେ ଚିଲିଚିଲା ଓ ଥନଟ ଗ୍ରାମବାସୀ ବିଭିନ୍ନ ସରକାରୀ ସେବା ପାଇଁ ବ୍ରାହ୍ମଣଛେଣ୍ଡିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି। ଏହା ବ୍ୟତିତ କୃଷିକର୍ମ ଓ ଅନ୍ୟାନ୍ୟ କାମ ପାଇଁ ଏହା ସାଧାରଣ ଜନତାଙ୍କ ଯାତାୟତର ମୁଖ୍ୟ ମାଧ୍ୟମ। ତେବେ ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇ ଯାଇଥିବାରୁ ଲୋକେ ଯମ ଯନ୍ତ୍ରଣା ଭୋଗୁଛନ୍ତି। ଖରାପ ରାସ୍ତା ଯୋଗୁଁ ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି। ବିଜୁ ଜନତା ଦଳର ଧର୍ମଗଡ଼ ବ୍ଲକ ସଭାପତି ଡାକେ ଲହଜଲ ଓ ପୂର୍ବତନ ସରପଞ୍ଚ ଦାମୋଦର ମୁଣ୍ଡ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ରାସ୍ତାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନେ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ଖାଲଖମା, କାଦୁଅ ଓ ପାଣି ଜମିବା ସମସ୍ୟା ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ତେବେ ଅସ୍ଥାୟୀ ଭାବେ ଖାଲଖମା ପୂରଣ କରିବା ବଦଳରେ ରାସ୍ତାର ସ୍ଥାୟୀ ନିର୍ମାଣ କରାଗଲେ ହିଁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.