ସ୍ଵାଧୀନତା ଦିବସ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମଙ୍ଗଳବାର ସଂଧ୍ୟାରେ ସହରର ନୂତନ ଟାଉନହଲ ଠାରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ନିରିକ୍ଷକ ଅମରେଶ ପଣ୍ଡା, ପୌରଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ ଯୋଗଦେଇ ସମସ୍ତ ଙ୍କୁ ଉତ୍ସାହିତ କରିଥିବାବେଳେ ଜିଲ୍ଲାର ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍କୁଲ ମାନଙ୍କରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ବହୁ ଉଚ୍ଚକୋଟୀର ଥିଲା ବେଳେ ବିଶେଷ କରି ସୁବର୍ଣ୍ଣପୁର ସଙ୍ଗୀତମହାବିଦ୍ୟାଳୟ, ଟ୍ରେଣ୍ଡି ଏକାଡେମୀ, ଲେବଲଅପ୍ ଡେନ୍ସ ଗୃପ, କୋଶଳ ହାଇସ୍କୁଲ, ସାହାରା ଟ୍ରଷ୍ଟ ହାଇସ୍କୁଲ, ବିଶ୍ଵଭାରତୀ ଚିନ୍ତନ ଓ ଶିକ୍ଷା ନିକେତନ, ବାବୁପାଲି ବିଦ୍ୟାଳୟ ପ୍ରମୁଖ ଯୋଗ ଦେଇ ତାଙ୍କର ନୃତ୍ୟ ପରିବେଷଣ କରିଥିଲେ ଯାହାକି ଢେର ରାତିଯାଏ ଦର୍ଶକ ମନଭରି ଉପଭୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଃଖିଶ୍ୟାମ ସେଠୀ, ମାନଭଞ୍ଜନ ପଟ୍ଟନାୟକ, ବିନୋଦ ଦାନୀ, ଚମରା ବିଶି, ନିରାକାର ଦେହେରୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.