ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମହାବିଦ୍ୟାଳୟ ରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହେଇଯାଇଛି। ମହା ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ରାଜୀବ କୁମାର ଆଚାର୍ଯ୍ୟ ପତାକା ଉତ୍ତୋଳନ କରିଥିବା ବେଳେ ଲେଫ୍ଟନାଣ୍ଟ ଆଶିଷ କୁମାର ଅଗ୍ରୱାଲଙ୍କ ତତ୍ବାବଧାନରେ ଏନସିସି ତରଫରୁ ସୁନ୍ଦର ପ୍ୟାରେଡ୍ କରା ଯାଇଥିଲା । କଲେଜ ଅଧ୍ୟକ୍ଷ ସ୍ଵାଧୀନତା ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଦେଶ ପ୍ରତି ଦାୟିତ୍ଵବୋଧ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ଏନସିସି କେଡେଟ୍ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ଲେଫ୍ଟନାଣ୍ଟ ଆଶିଷ କୁମାର ଅଗ୍ରୱାଲଙ୍କୁ “ବେଟି ବଚାଓ,ବେଟି ପଢ଼ାଓ” ଅଭିଯାନ ପାଇଁ ବାଳିକା କେଡେଟଙ୍କ ସହ ପୁରସ୍କୃତ କରା ଯାଇଥିଲା । ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଛାତ୍ର ଚନ୍ଦ୍ରଶେଖର ଭୁତ୍ ଙ୍କୁ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର୍ ରଖି ଥିବାରୁ ପୁରସ୍କୃତ କରା ଯାଇଥିଲା ।