ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସ୍ଥଂସ୍ଥା (ଇସ୍ରୋ) ଚନ୍ଦ୍ରଯାନ-୩କୁ ଆଜି ଅର୍ଥାତ ଅଗଷ୍ଟ ୨୩ ରେ ଚନ୍ଦ୍ରରେ ସଫଳ ଅବତରଣ କରାଇଛି । ଆଜି ବୁଧବାର ସନ୍ଧ୍ୟା ୬ଟା ୪ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ତ କରିଛି । ଅପରାହ୍ନ ୫ଟା ୪୪ରୁ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୬ଟା ୪ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଛି ଚନ୍ଦ୍ରଯାନ-୩ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରୁ ଏହାର ସିଧା ପ୍ରସାରଣ ଦେଖିବା ସହ ବିଶ୍ଵବାସୀଙ୍କୁ ସମ୍ବୋଧିତ କରିଛନ୍ତି।