ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ) : ସୋନପୁର ସଦର ବ୍ଲକ ଜନମୁରା ଗାଁ ଛକ ନିକଟରୁ ମଡେଲ ଡିଗ୍ରୀ କଲେଜ ଯିବା ରାସ୍ତାର ଡାହାଣ ପାର୍ଶ୍ୱରେ ଏକ ନଳକୂପ ଅଛି। ଏହି ନଳକୂପ ଏବେ ବି ଠିକ୍ ଭାବରେ କାମ କରୁଛି। ଲୋକମାନେ ଏହାକୁ ବ୍ୟବହାର ମଧ୍ଯ କରୁଛନ୍ତି । ତେବେ ଏହା ନିକଟରେ ପୂର୍ତ୍ତ ବିଭାଗ କିଛି ବର୍ଷ ତଳେ ନୂତନ ରାସ୍ତା ନିର୍ମାଣ ପରେ ନଳକୂପ ରାସ୍ତାରୁ ୩ ଫୁଟ୍ ନିମ୍ନରେ ରହିଛି । ଫଳରେ ନଳକୂପ ଚାରିପଟରେ ବର୍ଷା ଦିନରେ ବର୍ଷା ପାଣି ଜମି ରହିବା ସହ ଲଟାବୁଦାରେ ପରିପୂର୍ଣ୍ଣ ହେଉଛି । ଏବଂ ନଳକୂପ ନିମ୍ନ ରେ ଥିବା ଯୋଗୁଁ ରାସ୍ତାରେ ଯାଉଥିବା ପଥଚାରି ନଳକୂପ ଚିହ୍ନିବାରେ ବାଧା ସୃଷ୍ଟି ହେଉଛି ଯାହାଫଳରେ ଲୋକମାନେ ହଇରାଣ ହେଉଛନ୍ତି । ତେଣୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଵିଭାଗ ଏହାର ଉଚ୍ଚତା ବୃଦ୍ଧି କରିବା ସହ ଚାନ୍ଦିନୀକୁ ମଧ୍ଯ ଉଚ୍ଚ କରିଦେଲେ ଜନସାଧାରଣଙ୍କ ପାଇଁ ସୁବିଧା ହେବ। ଏନେଇ ଜନମୁରା ଗ୍ରାମବାସୀ ପ୍ରଶାସନ ପାଖରେ ଦାବି କରୁଛନ୍ତି ।