ଓଡିଶା ସାମାଜିକ ସୁରକ୍ଷା ସେବା ଅଧିକାରୀ ସଂଘ କଳାହାଣ୍ଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡିଶା ସାମାଜିକ ସୁରକ୍ଷା ସେବା ସଂଘ କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସଂଯୋଜକ ଅରବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ଵେଷା ରେଡ୍ଡୀଙ୍କୁ ଭେଟି ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ଉପସ୍ଥାପିତ ହୋଇଥିବା ବିଭିନ୍ନ ଦାବି ମଧ୍ୟରେ ପ୍ରମୁଖ ଦାବି ଥିଲା ୩୦ ଟି ଜିଲ୍ଳାରେ ୩୦ ଟି ନୂତନ ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦବ ସୃଷ୍ଟି, ଅତିରିକ୍ତ ୧୫ ଗୋଟି ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ସୃଷ୍ଟି ଓ କ୍ୟାଡରର ପୁନରବିନ୍ୟାସ ତଥା ବେତନ ବୃଦ୍ଧି ଇତ୍ୟାଦି । ଦାବି ପତ୍ର ପ୍ରଦାନ ସମୟରେ ସସ୍ମିତା ପଟେଲ, ସସ୍ମିତା ହୋତା, ଦମୟନ୍ତୀ ନାୟକ, କ୍ଷିତିସୁତା ମେହେର, ଦୀପକ ବେହେରା, ସୁନାରାମ ସୋରେନ, ତୁଷାର ରଞ୍ଜନ ସାହୁ ପ୍ରମୁଖ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.