ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କା କ୍ରିକେଟର ସଚିତ୍ର ସେନାନାୟକ

ଓଡ଼ିଆ ବାର୍ତ୍ତା/ କଲମ୍ବୋ: ଶ୍ରୀଲଙ୍କାର ପୂର୍ବ ଅଫ ସ୍ପିନର ସଚିତ୍ର ସେନାନାୟକ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହୋଇଛନ୍ତି । ଶ୍ରୀଲଙ୍କା ପ୍ରିମିୟର ଲିଗର ୨୦୨୦ ସଂସ୍କରଣରେ ସେ ଦୁଇ ଜଣ ଖେଳାଳିଙ୍କୁ ଫିକ୍ସିଂ କରିବା ପାଇଁ ରାଜି କରାଇଥିଲେ । ସେ ଲିଗରେ ଖେଳୁ ନ ଥିଲେ ମଧ୍ୟ ଦୁବାଇରେ ରହି ଉପରୋକ୍ତ ଖେଳାଳିଙ୍କ ସହ ଯୋଗାଯୋଗ କରିଥିଲେ । ଏହି ଦୁଇ ଜଣ ଖେଳାଳି ଆଂଟି କରପ୍ସନ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ୨୦୧୯ରେ ଲାଗୁ କରାଯାଇଥିବା ନୂତନ ନିୟମ ଅନୁସାରେ ତାଙ୍କୁ ଗିରଫ କରାଯାଇଛି । ଏବେ ଏହି ଘଟଣାର ତଦନ୍ତ ପୋଲିସ କରୁଛି । ପୂର୍ବରୁ ଅବୈଧ ବୋଲିଂ ଆକ୍ସନ ନେଇ ସଚିତ୍ର ବାସନ୍ଦ ହୋଇଥିଲେ ।

୨୦୧୪ରେ ସେ ତାଙ୍କ ଆକ୍ସନ ବଦଳାଇବା ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । ସେହି ବର୍ଷ ବିଶ୍ୱ ଚାମ୍ପିୟନ ହୋଇଥିବା ଶ୍ରୀଲଙ୍କା ଦଳର ସେ ସଦସ୍ୟ ଥିଲେ । ୨୦୧୩ରେରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ମଧ୍ୟ ଖେଳିଛନ୍ତି । ଜାତୀୟ ଦଳ ପକ୍ଷରୁ ସଚିତ୍ର ୪୯ ଦିିନିକିଆରେ ୪.୭୬ ଇକୋନୋମିକ ରେଟରେ ୫୩ ୱିକେଟ ଏବଂ ୨୪ ଟି୨୦ରେ ୨୫ ୱିକେଟ ଅକ୍ତିଆର କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.