ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ; ରାଧା କୃଷ୍ଣ ବେଶରେ ମଥୁରା ପରିକ୍ରମା କଲେ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ସହରରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ଜନ୍ମାଷ୍ଟମୀ ଉତ୍ସବ | ଏହି ଅବସରରେ ବିଦ୍ୟା ମନ୍ଦିରରେ ରାଧା କୃଷ୍ଣ ମୂର୍ତ୍ତିଙ୍କୁ ଏକ ସୁସଜ୍ଜିତ ଆସନରେ ବସାଇ ବିବିଧ ଉପଚାରରେ ପୂଜା ଅର୍ଚ୍ଚନା କରିବା ସହ ଛାତ୍ରଛାତ୍ରୀ ମାନେ ରାଧା, କୃଷ୍ଣ ଓ ନନ୍ଦ ରଙ୍ଗ ବେରଙ୍ଗ ବେଶରେ ଉପଚାର ହୋଇ ବିଦ୍ୟାଳୟ ପରିସରରେ ଦହି ହାଣ୍ଡି ଭାଙ୍ଗି ମଜ୍ଜା ନେଇ ଥିଲେ | ପରେ ସହର ପରିକ୍ରମା କରିବା ପରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ଯାଇ ପରିକ୍ରମା କରିଥିଲେ | ଛୋଟ ଛୋଟ ଶିଶୁ ମାନଙ୍କ ବିଭିନ୍ନ ବେଶ ଦେଖିବା ପାଇ ଦର୍ଶକଙ୍କ ଭିଡ଼ ଲାଗିଥିଲା | ଜନ୍ମାଷ୍ଟମୀ ପାଳନ ପରିପ୍ରେକ୍ଷୀରେ ବିଦ୍ୟାଳୟଠାରେ ଏକ ମାତୃ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ଅଙ୍କୁଶପୁର ଇସ୍କନ ମନ୍ଦିରର ବ୍ରହ୍ମଚାରି ରଘୁନାଥ ଦାସ ଓ ରବି ଚନ୍ଦ୍ର ପଟ୍ଟନାୟକ ପ୍ରବଚନ ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ ଚକ୍ରପାଣି ସାହୁ ଓ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ମାନେ ଅଂଶ ଗ୍ରହଣ କରିଥିଲେ | 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.