ଏକ ଫ୍ଲାଟରେ ଝଗଡ଼ାକୁ କେନ୍ଦ୍ର କରି ଜଣେ ୩୪ ବର୍ଷୀୟ ମହିଳା ତାଙ୍କ ଲିଭ୍ ଇନ୍ ପାର୍ଟନରଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୁଲିସ ସୂଚନା ମୁତାବକ, କର୍ଣ୍ଣାଟକର ବେଲଗଭି ଜିଲ୍ଲାର ୩୪ ବର୍ଷୀୟା ରେଣୁକା ଗତ ସାଢ଼େ ତିନି ବର୍ଷ ହେବ କେରଳର ଜାଭେଦଙ୍କ ସହ ଲିଭ୍ ଇନ୍ ରିଲେସନରେ ରହୁଥିଲେ। ସେମାନେ ପେୟିଂ ଗେଷ୍ଟ୍ ହାଉସ୍, ଲଜ୍, ସର୍ଭିସ୍ ଆପାର୍ଟମେଣ୍ଟ୍ ଏବଂ ଭଡ଼ା ଘରେ ରହୁଥିଲେ। କିନ୍ତୁ ବାରମ୍ବାର ବିବାଦ ଯୋଗୁଁ ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସ କହିଛି ଯେ ମଙ୍ଗଳବାର ଦିନ କୌଣସି କଥାକୁ ନେଇ ଯୁକ୍ତିତର୍କ ବଢ଼ିବାରୁ ରେଣୁକା ରାଗିଯାଇ ଜାଭେଦଙ୍କ ଛାତିରେ ଛୁରାମାଡ଼ କରିଥିଲେ। ପଡୋଶୀ କହିଛନ୍ତି, ଯେତେବେଳେ ଏକ ଚିତ୍କାର ଶୁଣିଥିଲେ, ସେମାନେ ତାଙ୍କ ଫ୍ଲାଟକୁ ଧାଇଁ ଯାଇଥିଲେ ଏବଂ ଜାଭେଦଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରେଣୁକା ପାଖରେ ବସିଥିବା ଦେଖିବାକୁ ପାଇଥିଲେ। ପୁଲିସ କହିଛି ଯେ ପଡ଼ୋଶୀମାନେ ଜାଭେଦଙ୍କୁ ଡାକ୍ତରଖାନା ନେଇଯାଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରେଣୁକା ନିଜ ଦୋଷ ସ୍ୱୀକାର କରିଛନ୍ତି। ଏହି ପ୍ରେମୀ ଯୁଗଳଙ୍କ ଜଣେ ପଡ଼ୋଶୀ କହିଛନ୍ତି, ସେ ସର୍ଭିସ ଆପାର୍ଟମେଣ୍ଟରେ ରହୁଥିଲେ। ସେମାନେ ଶନିବାର ଆସି ତିନି ଦିନ ପାଇଁ ରୁମ୍ ବୁକ୍ କରିଥିଲେ। ପରେ ସେମାନେ ନିଜର ରହଣି ଅବଧିକୁ ଦୁଇ ଦିନ ବଢ଼ାଇ ଦେଇଥିଲେ। ମଙ୍ଗଳବାର ଏହି ଘଟଣା ଘଟିଛି। କିଛି ବୁଝିବା ପରେ ଆମେ ମହିଳାଙ୍କୁ ରୁମରେ ବନ୍ଦ କରି ପୁଲିସକୁ ଖବର ଦେଇଥିଲୁ।