ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟଠାରେ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟା ନିର୍ବାହୀ ଅଧିକାରୀ ଶୁକ୍ରବାର ଯୋଗଦେଇ ନିଜସ୍ବ ପଞ୍ଚାୟତ କାର୍ଯ୍ୟାଳୟ ଯୋଗ ଦେଇଛନ୍ତି। ଏନେଇ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦୁଇଟି ଦାବି ହେଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ ଓ +୩ କରିବା ସହିତ ଦରମା ହାର ୫ ଲେବୁଲରୁ ୯ ଲେବୁଲକୁ ଧାର୍ଯ୍ୟ କରାଯାଉ। ଦ୍ୱିତୀୟରେ ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ କରାଯାଉ। ତତ୍ସହିତ ପଞ୍ଚାୟତ ଡେଭଲପ୍ମେଣ୍ଟ ଅଫିସର ପଦବୀରେ ଶତପ୍ରତିଶତ ପଦୋନ୍ନତି କରାଯାଉ ଓ ଶେଷରେ ଓପି ଆରଏସ୍ କ୍ୟାଡର ରୁଲ୍ରେ ଅନ୍ତର୍ଭୁକ୍ତ କରାଯାଉ। ଏହି ଯୋଗଦାନରେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସାମିଲ ହୋଇଥିଲେ। ଯଦିଓ ଏକ ମାସରେ ଭିତରେ ଦାବି ପୂରଣ ନ ହୁଏ ପୁନଃରାବୃତ୍ତି ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି।