ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାରେ ନବାନ୍ନ ଭକ୍ଷଣ ଲାଗି ଲଗ୍ନ ଧାର୍ଯ୍ୟ ଚାଲିଥିବା ବେଳେ ମ.ରାମପୁରଠାରେ ଦଶମୀ ତିଥିରେ ମାଁ ମାଣିକେଶ୍ଵରୀ ଓ ଡୋକରୀ ଦେବୀଙ୍କ ଠାରେ ନବାନ୍ନ ଲାଗି ହେବ ବୋଲି ସୂଚନା ମିଳିଛି। ସୂଚନା ମୁତାବକ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ୨୪ ସେପ୍ଟେମ୍ବର ରବିବାର ଦିବା ୧.୧୧ ମିନିଟ୍ ରୁ ଦିବା ୨.୦୦ ଘଣ୍ଟା ମଧ୍ୟରେ ନବାନ୍ନ ଭକ୍ଷଣ ଲାଗି ଲଗ୍ନ ଧାର୍ଯ୍ୟ ହେଇଛି। ଏ ନେଇ ଦେବୀଙ୍କ ସେବାୟତ ସମରେନ୍ଦ୍ର ପ୍ରତାପ ସିଂହ ଦେଓ ସୂଚନା ଦେଇଛନ୍ତି।