ସୋନପୁର ମହାନଦୀ ଓ ଅଙ୍ଗନଦୀ ବ୍ରିଜରେ ଟୋଲ ଟେକ୍ସ ଆଦାୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସଚେତନ ନାଗରିକ ମଞ୍ଚର ଦାବୀ

ଏକ ମାସ ଭିତରେ ଦାବୀ ପୂରଣ ନ ହେଲେ ରାଜ ରାସ୍ତାକୁ ଓହ୍ଲାଇବେ ସାଧାରଣ ଜନତା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମହାନଦୀ ବ୍ରିଜ ଓ ଅଙ୍ଗ ନଦୀ ବ୍ରିଜରେ ଦୀର୍ଘ ଦିନରୁ ହେଉଥିବା ଟୋଲ ଆଦାୟକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବୀରେ ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନାଗରିକ ମଞ୍ଚ ର ଆବାହକ ଶ୍ୟାମା ଓଁ ପ୍ରସାଦ ମିଶ୍ର ସୂଚନା ଦେଇଥିଲେ ଯେ ବିନିକା ଅଙ୍ଗନଦୀ ବ୍ରିଜପାଇଁ ୧୯୯୩ ମସିହାରୁ ଆଜକୁ ପ୍ରାୟ ୩୦ ବର୍ଷ ଧରି ଟୋଲ ଦେୟ ଆଦାୟ କରାଯାଉଛି । ସୂଚନା ଆଇନ ମାଧ୍ୟ୍ୟମରେ ପ୍ରାପ୍ତ ସୂଚନା ଅନୁସାରେ ଆଜି ଯାଏଁ ଅଙ୍ଗ ବ୍ରିଜ ସର୍ବମୋଟ ୧୨ କୋଟି ୬୬ ଲକ୍ଷ ୪୭ ହଜାର ୧ଶହ ୭୬ ଟଙ୍କା ସରକାରୀ ରାଜକୋଷ ଆୟ କରି ସାରି ଥିବାବେଳେ ୨୦୦୪ ମସିହାରୁ ଆଜକୁ ପ୍ରାୟ ୨୦ ବର୍ଷ ହେବ ସୋନପୁର ମହାନଦୀ ପାଇଁ ଟୋଲ ଦେୟରୁ ୧୫ କୋଟି ୨୩ ଲକ୍ଷ ୮୭ ହଜାର ୯୯୪ ଟଙ୍କା ରାଜ କୋଷକୁ ଯାଇ ସାରିଛି । କିନ୍ତୁ ଦୁଖଃର ବିଷୟ ୨୦୦୪ ମସିହାରୁ ବୈାଦ୍ଧ ମହାନଦୀ ବ୍ରିଜ ପାଇଁ ୨୦୧୮ ମସିହା ଯାଏଁ ୮ କୋଟି ୩୪ ଲକ୍ଷ ୩୯ ହଜାର ୩୫୫ ରାଜ କୋଷ ଆୟ କଲାପରେ ୭.୫.୨୦୧୮ ତାରିଖରୁ ଟୋଲଦେୟ ବନ୍ଦପାଇଁ ସରକାର ନିର୍ଦ୍ଦେଶନାମା ଜାରିକରି ଟୋଲ ଆଦାୟ ବନ୍ଦ କରାଯାଇଛି କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାବାସୀ ବିଭିନ୍ନ ସମୟରେ ଏହି ଉଭୟ ଅଙ୍ଗନଦୀ ପୋଲ ଓ ମହାନଦୀ ପୋଲ ପାଇଁ ଆଦାୟ ଟୋଲ ଦେୟ ବନ୍ଦପାଇଁ ସରକାରଙ୍କ ଠାରେ ଦାବି କଲା ପରେ ମଧ୍ୟ ରାଜ୍ୟ ସରକାର ଏହି ଦାବିକୁ ଅଣଦେଖା କରି ଆସିଛନ୍ତି । ବୋଧହୁଏ ରାଜକୋଷ ପାଇଁ ଏହି ଦୁଇଟି ପୋଲ ଦୁଧିଆଳି ଗାଇ ସଦୃଶ । ସୁବର୍ଣ୍ଣପୁର ଜିଲ୍ଲାକୁ ଏତାଦୃଶ ବୈମାତୃକ ମନଭାବର କାରଣ କ’ଣ ବୋଲି ନାଗରିକ ମଞ୍ଚ ପ୍ରଶ୍ନ କରିଛନ୍ତି ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ ଆସନ୍ତା ଏକମାସ ମଧ୍ୟ୍ୟରେ ରାଜ୍ୟ ସରକାର ଯଦି ଏହି ଉଭୟ ଅଙ୍ଗ ନଦୀ ଓ ମହାନଦୀ ପୋଲ ପାଇଁ ଟୋଲ ଆଦାୟ ସଂପୂର୍ଣ୍ଣ ବନ୍ଦ ପାଇଁ ଆଦେଶ ନଦିଅନ୍ତି ତେବେ ସୁବର୍ଣ୍ଣପୁରର ଜନସାଧାରଣ ରାଜରାସ୍ତାକୁ ଓହ୍ଲେଇ ଦାବି ହାସଲ ପର୍ଯ୍ୟନ୍ତ ଲଢେଇ କରିବାକୁ ବାଧ୍ୟ୍ୟହେବେ ଆଉ ସେଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଉତ୍ତର ଦାୟୀ ରହିବେ ବୋଲି କହିଛନ୍ତି l ଆଜିର ସାମ୍ୱାଦିକ ସମ୍ମିଳନୀରେ ନାଗରିକ ମଞ୍ଚର ଆବାହକ ଶ୍ୟାମା ଓଁ ପ୍ରସାଦ ମିଶ୍ର, ପୁରୁଷୋତ୍ତମ ପାଣିଗ୍ରାହୀ, ଗୋବିନ୍ଦ ମହାରଣା, ଆର୍ତ୍ତତ୍ରାଣ ବାବୁ, ଜିତେନ୍ଦ୍ର ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu
(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.