ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ବଳଦିଆମାଲ ସ୍ଥିତ ଏମ୍.କେ.ଏମ୍.ସି ବିଦ୍ୟାଳୟରେ ଶିଦ୍ଧିଦାତା ଶ୍ରୀ ଗଣେଶଙ୍କ ପୂଜାନୁତ୍ସୋବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଵିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା କଙ୍ଗଳୁ ପ୍ରଧାନୀ, ପ୍ରତିମା ସାହୁ, ତନ୍ମୟ ମେହେର, ବିବେକ ମେହେର, ଅନୁମତି ମେହେର, ମଳୟ ପଣ୍ଡା, ଅକ୍ଷୟ କବୀର, ମନୋଜ ମେହେର, ଅର୍ଚ୍ଚନା ମିଶ୍ର, ସ୍ୱାଗତିକା ପଣ୍ଡା, ଦୁର୍ଯୋଧନ ଦୀପ, ଭବାନୀ ଦୁର୍ଗା, ବିଶ୍ୱ ରଞ୍ଜନ ସାହୁ, ରଜନୀ ନିଆଲ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଭବାନୀପାଟଣାରୁ ବାବା ଚନ୍ଦ୍ରଶେଖର ମନି(ମୁନି ବାବା) ପୂଜାର୍ଚ୍ଚନା କରିଥିଲେ। ପୁଷ୍ପାଞ୍ଜଳି ପରେ ପ୍ରସାଦ ସେଵନ କରି ଛାତ୍ର ଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା।