ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଖବର ପ୍ରକାଶ ପରେ ସରପଞ୍ଚମାନଙ୍କ ସ୍ବାମୀମାନେ ଆକ୍ରମଣ ଓ ହତ୍ୟା ଧମକ ପରେ ସାମ୍ବାଦିକ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇ ୩ ଦିନ ବିତିଗଲାଣି। ହେଲେ ହତ୍ୟା ଧମକ ଦେଇଥିବା ସରପଞ୍ଚ ମାନଙ୍କ ସ୍ବାମୀ ମାନଙ୍କୁ ଏଯାବତ୍ ପୋଲିସ ଧରି ପାରୁନି। ଯାହା ଫଳରେ କୋକସରା ପୁଲିସ କାହା ଚାପରେ ରହିଛି କି ବୋଲି ଜନ ସାଧାରଣରେ ଆଲୋଚନା ହେଉଛି। ଏହି ଘଟଣାକୁ ନେଇ ଗତକାଲି କଳାହାଣ୍ଡି ସାମ୍ବାଦିକ ସଂଘ ଅତିରିକ୍ତ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷତ କରି ସାମ୍ବାଦିକଙ୍କୁ ଆକ୍ରମଣକାରୀ ସରପଞ୍ଚ ମାନଙ୍କ ସ୍ବାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ। ଶନିବାର ଏହି ଘଟଣାକୁ ନେଇ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ କୋକସରା ଥାନା ଅଧିକାରିଣୀଙ୍କୁ ସାକ୍ଷାତ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। ନଚେତ୍ ଥାନା ଘେରାଉ କରାଯିବା ନେଇ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ତୁଲସୀ ରାମ ଛତ୍ରିଆ, ଲକ୍ଷ୍ମୀ ରଞ୍ଜନ ବାଗ, ରବି ନାରାୟଣ ଚଲାନ, ନିକୁଞ୍ଜ ଚଲାନ, ସୁବୋଧ ରଣା, କାହ୍ନୁ ଚରଣ ସାହୁ, ଅଜିତ କୁମାର ପୁଝାରୀ, ଗଣେଶ ରାମ ବାଗ, ଚକ୍ରଧର ବେସ୍ରା, ହିରଣ୍ୟ ବେହେରା, ବଂଶୀଧର ବେସ୍ରା, ତୁଲାରାମ ବେହେରା ସମେତ ଅନେକ ସାମ୍ବାଦିକ ସମୂହ ଚେତାବନୀ ଦେଇଛନ୍ତି।