ସାଇବର ଅପରାଧ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ହେଲେ ସଚେତନ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ଓଡିଶା ପୋଲିସ ପକ୍ଷରୁ ଜାରି ରହିଛି ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ | ଏହି ପରିପ୍ରେକ୍ଷୀରେ ଗତ ୨ ତାରିଖ ଅପରାହ୍ନ ସାଢେ ଗୋଟାଏ ସମୟରେ ସାଇବର କ୍ୟାମ୍ପିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଷ୍ଣୁପ୍ରସାଦ ପାତ୍ର, ଅତିରିକ୍ତ ଏସପି ଯୋଗଦାନ କରିଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷା ବବିଲତା ସରାଫ ସ୍ବାଗତ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାତ୍ର ଅନଲାଇନ ସାଇବର ଠକ ମାନଙ୍କଠାରୁ ନିଜକୁ କେମିତି ବଞ୍ଚିତ କରିବେ ତା ବିଷୟରେ ନିଜର ଅନୁଭୂତିକୁ ମଧ୍ୟ ଉପସ୍ଥାପନ କରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ ।
ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଗୀତ, ଅଭିନୟ କରି ସାଇବର ଠକେଇ ଠାରୁ ନିଜକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସଚେତନ କରିଥିଲେ । ଗତକାଲି ୩ତାରିଖରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ ତାଙ୍କୁ ପୁରସ୍କୃତ କରାଯାଇଥିଲା |
ମହାବିଦ୍ୟାଳୟର ଅଧ୍ୟାପକ ସଂଗ୍ରାମ କେଶରୀ ନାୟକ, ପ୍ରଶାନ୍ତ କୁମାର ସାହୁ, ଶିବପ୍ରସାଦ ପିଡ଼ିକା, ସ୍ନେହାଞ୍ଜଳୀ ପାଣ୍ଡେ ପ୍ରମୁଖ ଏହି ପ୍ରତିଯୋଗିତକୁ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷା ବବିଲତା ସରାଫ ସହଯୋଗ କରିଥିଲେ | ସେହିପରି ଅଧ୍ୟାପିକା ଭୁବନେଶ୍ଵରୀ ପାତ୍ର, ଅଧ୍ୟାପକ ଏ.ଶ୍ରୀନିବାସ, ୱାଇଭି ସାଇମାଧବ, ଡଃ ଭଗବାନ ବିଶ୍ଵାଳ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ |