ରାୟଗଡା ବିଜେଡିର ନୂତନ ସାଙ୍ଗଠନିକ କର୍ମକର୍ତ୍ତାଙ୍କ ନାମ ଘୋଷଣା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ବିଜେଡିର ନୂନତ ସାଙ୍ଗଠନିକ କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ବିଭିନ୍ନ ସାଙ୍ଗଠନିକ ପଦ ପାଇଁ ୧୦ଜଣଙ୍କ ନାମ ଦଳ ତରଫରୁ ଵିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଅମିୟ କୁମାର ସ୍ୱାଇଁଙ୍କୁ ରାଜ୍ୟ ସମ୍ପାଦକ ଭାବେ ଦଳ ମନୋନିତ କରିଛି । ଜିଲ୍ଲା ଛାତ୍ର ବିଜେଡି ପାଇଁ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ନାମ ଦଳ ତରଫରୁ ଘୋଷଣା ହୋଇଛି । ସେହିପରି ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ଭାବେ ଶ୍ରମିତା ପାଢୀ ଏବଂ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ଅଭିନାଶ ବିଶୋୟୀଙ୍କୁ ଦଳ ଦାୟିତ୍ୱ ପ୍ରଦାନ କରିଛି । ଛାତ୍ର ବିଜେଡି ସଭାପତି ଭାବେ ନରେନ୍ଦ୍ର ଶବର, ରାୟଗଡା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରଞ୍ଜିତ ରାୟ, ବିଷମକଟକ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଜ୍ଞାନେନ୍ଦ୍ରଗିରି ଗୌସ୍ୱାମୀ, ଗୁଣୁପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରୂପେ ଇମ୍ରାନ ଖାନ୍‍ ଏବଂ ରାୟଗଡା ପୌରାଞ୍ଚଳ ବିଜେଡି ସଭାପତି ଭାବେ ବି.ଜଗନ ମୋହନ ରାଓଙ୍କୁ ଦଳ ମନୋନିତ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.