ମାହାର ସମାଜ ନୂଆଖାଇ ଭେଟଘାଟ-୨୦୨୩ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମରେ ମାହାର ସମାଜର ପାଞ୍ଚଟି ଜିଲ୍ଲାର ସମାଜିକ ପ୍ରତିନିଧି ତଥା ମାହାର ସମାଜ ଲୋକଙ୍କୁ ନେଇ ଏକ ବିଶାଳ ମାହାର ସମାଜ ନୂଆଖାଇ ଭେଟଘାଟ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମା ପାଟଣେଶ୍ବରୀ, ସମଲେଶ୍ଵରୀଙ୍କ, ବୁଢାଡଙ୍ଗରଙ୍କ ଠାରେ ପୂଜାର୍ଚ୍ଚନା କରି ସାରିବା ପରେ ଏକ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ସଭାସ୍ଥଳରେ ପହଞ୍ଚିଥିଲା। ସଭାସ୍ଥଳରେ ଗୋଲାପ ବାଗ, ରାଜେନ୍ଦ୍ର ହୋତା, ପଞ୍ଚାନନ ଭୋଇ, ଆଶୀର୍ବାଦ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ମତ ରଖିଥିଲେ। ଏହା ପରେ ମାହାର ସମାଜ ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲାର ପ୍ରତିନିଧି ନିଜନିଜର ମତ ବ୍ୟକ୍ତ କରି ସମାଜ ସଂସ୍କାର ଦିଗରେ ଆଲୋଚନା କରିଥିଲେ। ଗ୍ରାମର ତ୍ରିଭୁବନ ବାରିକ, ହରିଶ୍ଚନ୍ଦ୍ର ବାରିକ ସଂଯୋଜନା କରିଥିବା ବେଳେ ଯୁବ ସମନ୍ବୟ ମାହାର କମିଟି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.