କୁଲଥା ସମାଜର ନୂଆଖାଇ ଭେଟଘାଟ

ଶିକ୍ଷା ଦ୍ୱାରା ହିଁ ସମାଜର ବିକାଶ ସମ୍ଭବ -ସଭାପତି

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସଦର ନୂଆପଡା ସହରର ପୋଲିସ ପଡ଼ିଆ ଠାରେ କୁଲଥା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | କୁଲଥା ସମାଜ ସଭାପତି ସରୋଜ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଯୋଜନ ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ବେଳେ ଡାକ୍ତର ଲଳିତ ମୋହନ ବିଶି, କାଳିଆ ପ୍ରଧାନ, ବୈରାଜ ସାହୁ, ହେମନ୍ତ ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଦିଲୀପ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ତେବେ ଶିକ୍ଷା ଦ୍ୱାରା ହିଁ ସମାଜର ବିକାଶ ହୋଇ ପାରିବ ବୋଲି କୁଲଥା ସମାଜ ସଭାପତି ସରୋଜ ସାହୁ ନିଜର ଅଭିଭାଷଣରେ କହିଥିଲେ | ପୂର୍ବାହ୍ନରେ କୁଲଥା ସମାଜର ଶତାଧିକ ପୁରୁଷ ଓ ମହିଳା ପୋଲିସ ପଡିଆ ରଙ୍ଗମଞ୍ଚ ଠାରେ ଏକତ୍ରିତ ହୋଇ ପ୍ରଥମେ ଅଧିଷ୍ଠାତ୍ରୀ ଦେଵୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚନା କରିଥିଲେ | ଏହା ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା | ସେହିପରି ଗତ ବର୍ଷେ ମଧ୍ୟରେ ସମାଜର ପରଲୋକଗତ ବ୍ୟକ୍ତିଙ୍କ ଆମର ଆତ୍ମର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.