ନର୍ଲା ଡିଗ୍ରୀ କଲେଜରେ “ମେରି ମିଟ୍ଟୀ ମେରା ଦେଶ” କାର୍ଯ୍ୟକ୍ରମ

ଘର ଘର ବୁଲି ମାଟି ସଂଗ୍ରହ କଲେ କଲେଜ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜ ରେ ପ୍ରିନ୍ସିପାଲ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ମେରି ମିଟ୍ଟୀ ମେରା ଦେଶ କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । କଲେଜ ପରିସରରେ ପ୍ରିନ୍ସିପାଲ ଶ୍ରୀ ନାଏକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାପତି ଶ୍ରୀ ନାଏକ ସ୍ୱଗାତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ମେରି ମିଟ୍ଟୀ ମେରା ଦେଶ କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟ ଅତିଥି ଶ୍ରୀମତୀ ସେଠୀ ବିସ୍ତୃତ ଭାବରେ ବୁଝାଇ ଥିଲେ । ଗୋଟିଏ ପଟେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡ଼ାକରାରେ ବିଜେପି କର୍ମୀ ମାନେ ନିର୍ବାଚନ ମଣ୍ଡଳୀ ସାରା ଘର ଘର ବୁଲି ମେରି ମିଟ୍ଟୀ ମେରା ଦେଶ କାର୍ଯ୍ୟକ୍ରମ ରେ ସୁସଜ୍ଜିତ କଳସରେ ମାଟି ସଂଗ୍ରହ କରିଛନ୍ତି । ନର୍ଲା ନିର୍ବାଚନ ମଣ୍ଡଳୀ ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଂଚାୟତର ବେହେରାପାଟି ଠାରେ ଆରମ୍ଭ ହୋଇଥିଲା “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ରେ ମାଟି ସଂଗ୍ରହ ଅଭିଯାନ । ଏହି ସଂଗୃହିତ ମାଟିରେ ଦୀଲ୍ଲୀ ରେ ନିର୍ମିତ ହେବ ଅମୃତ ବାଟିକା । ଦେଶର ବୀର ସହୀଦ ମାନଙ୍କ ପ୍ରତି ଏହା ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଉଛି । ଏହି କ୍ରମରେ ନର୍ଲା ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନେ ସାଧାରଣ ସଭାପରେ ଏକ ହାତରେ ବ୍ୟାନର ଧରି ଭବ୍ୟ ଶୋଭାଯାତ୍ରାରେ ନର୍ଲା ନଗର ପରିକ୍ରମା କରି ସୁସଜ୍ଜିତ କଳସରେ ଘରୁ ଘରୁ ମାଟି ସଂଗ୍ରହ କରିଥିଲେ । ଏ ସଂଗୃହିତ ମାଟି ଭବାନୀପାଟଣା ଯିବ ସେଠାରୁ ଭୁବନେଶ୍ୱର ଓ ସେଇଠୁ ଦିଲ୍ଲୀ ପଠାଯିବ । ସେଠରେ ସହୀଦ ମାନଙ୍କ ପାଇଁ ନିର୍ମିତ ହେବ ଅମୃତ ବାଟିକା। ଅଧ୍ୟାପକ ସୁଶାନ୍ତ ସାହୁ, ମୃତ୍ୟୁଞ୍ଜୟ ଚାନ୍ଦ, କ୍ରୀଡା ଅଧ୍ୟାପକ କ୍ଷିତିଶ ବଗର୍ତ୍ତୀ, ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, କିଶୋର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.