ଜୟ ପ୍ରକାଶ ସାନ୍ଧ୍ୟ ଡ଼ିଗ୍ରୀ ମହାବିଦ୍ୟାଳୟ ଏନଏସଏସର ଅମୃତ କଳସ ଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡ଼ିଗ୍ରୀ ମହାବିଦ୍ୟାଳୟ ଏନଏସ ୟୁନିଟ ପକ୍ଷରୁ ‘ମେରା ମିଟ୍ଟି ମେରା ଦେଶ୍’ କାର୍ଯ୍ୟକ୍ରମ ସଂପର୍କିତ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାସହ ‘ମେରା ମିଟ୍ଟି ମେରା ଦେଶ୍’ର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ଗାଁରୁ ଆଣିଥିବା ମାଟିକୁ ଅମୃତ କଳସରେ ରଖିଥିଲେ। ମହାବିଦ୍ୟାଳୟରୁ ଏନଏସଏସ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ପ୍ରସନ୍ନ ମେହେରଙ୍କୁ ଅମୃତ କଳସ ହସ୍ତାନ୍ତର କରା ଯାଇଥିଲା। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢ଼ୀ, ପରମେଶ୍ବର ମୁଣ୍ଡ, ଶୁଶାନ୍ତ କୁମାର ଦାଶ, ନାଜନିକ ସୁଲତାନା ଓ ଦୀନବନ୍ଧୁ ନାଗ ସହଯୋଗ  କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.