ନର୍ଲା ଡିଗ୍ରୀ କଲେଜରେ ସ୍ବାଗତ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଛି । ଏକ ନେଇ କଲେଜ ପରିସରରେ ସିନିୟର ଛାତ୍ରଛାତ୍ରୀ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିରେ ମୂଖ୍ୟ ଅତିଥି ଭାବରେ ଓସ୍ତାଦ ବିସମିଲ୍ଲା ଖାଁ ଯୁବ ପ୍ରତିଭା ପୁରସ୍କାର ପ୍ରାପ୍ତ ଫୋକ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଡିଗ୍ରୀ କଲେଜର ପ୍ରିନ୍ସିପାଲ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବାଗତ ସମାରୋହ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଯୁବ ସମାଜସେବୀ ତଥା ମ୍ୟୁଜିକ ଡ଼ାଇରେକ୍ଟର ପ୍ରିନ୍ସ ନାଗ, ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ପ୍ରମୁଖ ମଞ୍ଚସୀନ ଥିଲେ । କଲେଜ କର୍ମଚାରୀ କିଶୋର ଚାନ୍ଦ, ସନ୍ତୋଷ ନାଏକ, ରାଜନୀତି ବିଜ୍ଞାନ ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ, କ୍ରୀଡା ଶିକ୍ଷକ କ୍ଷିତିଶ ଚନ୍ଦ୍ର ବଗର୍ତ୍ତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନର୍ଲା ଡିଗ୍ରୀ କଲେଜରେ ନୂତନ ଭାବରେ ପ୍ରଥମ ବର୍ଷରେ ଆଡମିଶନ ନେଇଥିବା ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକ, ଅଧ୍ୟାପିକା ଓ ସିନିୟର ଛାତ୍ରଛାତ୍ରୀମାନେ ସ୍ବାଗତ କରିଥିଲେ । ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.