ମଝିପଡା କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୩ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭବାନୀପାଟଣାଠାରେ ମଝିପଡା କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୩ ଉଦଘାଟିତ ହୋଇଯାଇଛି। ମଝିପଡା ସିଆରସିସି ପ୍ରଫୁଲ୍ଲ କୁମାର ଠାକୁରଙ୍କ ଆବାହକତ୍ୱରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଏବିଇଓ ଜଗଦୀଶ ମୁଣ୍ଡ, ପରିବେଶବିତ ରବୀନ୍ଦ୍ର ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ରାଧେଶ୍ୟାମ ଦାସ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। କ୍ଲଷ୍ଟରର ୧୬ଟି ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀମାନେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବକ୍ତୃତା, ପ୍ରବନ୍ଧ, କୁଇଜ୍, ସଙ୍ଗୀତ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ ଆଦି ୧୮ଗୋଟି ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ମିଲେଟ୍ ପ୍ରୋତ୍ସାହନ ପାଇଁ ଓଡିଶା ମିଲେଟ୍ ଆଧାରରେ ଭିନ୍ନ ଭିନ୍ନ ପ୍ରତିଯୋଗିତା ହୋଇଥିଲା। ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଏବିଇଓ ତଥା ବିଆରସିସି ଜୟକୁମାର ମାଝୀ, ହୃଷୀକେଶ ନାଏକ, ଜଗଦୀଶ ମୁଣ୍ଡ ପ୍ରମୁଖ ମଂଚାସୀନ ଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ରାଧେଶ୍ୟାମ ଦାସ। ଶିକ୍ଷୟିତ୍ରୀ ସୁଷମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସିଆରସିସି ମହମ୍ମଦ ଜାକିର, ଦୁର୍ଗା ଆଚାରି, ଧନଞ୍ଜୟ ସାହୁ, ବିଶ୍ୱଜିତ ରାଏ ପ୍ରମୁଖ ଉପସ୍ଥିତ ଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପଦ୍ମିନୀ ସେଠ, ନରେଶ ଦାସ, ଶର୍ମିଷ୍ଠା ପଟ୍ଟନାୟକ, ଲିଜା ବିଶ୍ୱାଳ ତଥା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.