ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ମନୋହର ସିଂ ଗିଲଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ତଥା ମନମୋହନ ସିଂହ ସରକାରର ମନ୍ତ୍ରୀ ମନୋହର ସିଂହ ଗିଲଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୧ତମ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିୟୋଗରେ ନିର୍ବାଚନ କମିସନ ଗଭୀର ଶୋକ ପ୍ରକାଶ କରିଛନ୍ତି। ୧୯୫୮ ବ୍ୟାଚର ଆଇଏଏସ ପଞ୍ଜାବ କ୍ୟାଡରର ଜଣେ ଦକ୍ଷ ଅଧିକାରୀ ଏମ୍.ଏସ୍ ଗିଲ୍ ୧୯୯୬ ଡିସେମ୍ବର ୧୨ରୁ ୨୦୦୧ ଜୁନ୍ ୧୩ ପର୍ୟ୍ୟନ୍ତ ନିର୍ବାଚନ କମିସନର ଭାବେ କାର୍ଯ୍ୟ କରିଥିଲେ। ସେ ଶ୍ରୀ ଟି ଏନ ଶେଷନଙ୍କ ପରେ ଭାରତର ନିର୍ବାଚନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିର୍ବାଚନ କମିସନ କାର୍ଯ୍ୟକାଳ ମଧ୍ୟରେ ୧୯୯୮ରେ ଦ୍ୱାଦଶ ଲୋକସଭା ଏବଂ ୧୯୯୯ରେ ତ୍ରୟୋଦଶ ଲୋକସଭା ନିର୍ବାଚନ, ୧୯୯୭ରେ ୧୧ତମ ରାଷ୍ଟ୍ରପତି ନିର୍ବାଚନ ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଏବଂ ୨୦ରୁ ଅଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପ୍ରକ୍ରିୟା ପ୍ରତି ଗିଲଙ୍କ ନେତୃତ୍ୱ ଏବଂ ପ୍ରତିବଦ୍ଧତା ପରବର୍ତ୍ତୀ ଅଧିକାରୀଙ୍କୁ ଅନୁପ୍ରାଣିତ କରିବ ବୋଲି କହି ନିର୍ବାଚନ ଆୟୋଗ କହିଛନ୍ତି। “ଆମେ ମହାନ ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛୁ ଏବଂ ଗଭୀର ସମବେଦନା ଜଣାଉଛୁ ବୋଲି ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ଗିଲଙ୍କୁ ୨୦୦୦ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୦୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.