ଜୟ ପ୍ରକାଶ ସାନ୍ଧ୍ୟ ଡ଼ିଗ୍ରୀ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ଓ ସଡ଼କ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡ଼ିଗ୍ରୀ ମହାବିଦ୍ୟାଳୟ ଏନଏସଏସ ୟୁନିଟ ପକ୍ଷରୁ ଆୟୋଜିତ ସାଇବର ସୁରକ୍ଷା ଓ ସଡ଼କ ସଚେତନତା କାର୍ମଶାଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ ଓ ସମ୍ମାନିତ ଅତିଥି ଭାବେ ସାଇବର ଥାନା ଏଏସଆଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବାସହ ସଚେତନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ପରମେଶ୍ବର ମୁଣ୍ଡ ସ୍ବାଗତ ଭାଷଣ ଓ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢ଼ୀ ସ୍ବାଗତ ସଂଗୀତ ଗାନ କରିଥିଲେ। ଶ୍ରୀ ନାୟକ ପିପିଟି ମାଧ୍ୟମରେ ସାଇବର ସଚେତନତା ଶିକ୍ଷା ଦେଇଥିଲେ। ଅନ୍ୟାନ୍ୟ ଉପସ୍ଥିତ ଅଧିକାରୀ ମାନଙ୍କ ମଧ୍ୟରୁ ସୋମେଶ୍ୱର ବାଗ, ଯୋଗେନ୍ଦ୍ର କୁମାର ମାଝୀ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ଏନଏସଏସ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଶୁଶାନ୍ତ କୁମାର ଦାଶ, ନାଜନୀନ ସୁଲତାନ ଓ ଦିନବନ୍ଧୁ ନାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଟାଉନ ଥାନା ଓ ସାଇବର ଥାନାର ସହଯୋଗ ପାଇଁ ଅଧ୍ୟକ୍ଷ ଛବିଲାଲ ସାହୁ ଧନ୍ୟବାଦ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.