ରାଜସ୍ୱ ଗ୍ରାମର ମାନ୍ୟତା, ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡ଼ପୋଡ଼ାଗୁଡା ପଞ୍ଚାୟତର କଛାରପଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ପାଇଁ ଗୁରୁବାର ଗ୍ରାମବାସୀ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ, କଛାରପଡାର ଜନସଂଖ୍ୟା ପ୍ରାୟ ତିନି ଶହରୁ ଉର୍ଦ୍ଧ ରହିଛି ଏବଂ ଗ୍ରାମ ଅଧୀନରେ ପର୍ଯ୍ୟାପ୍ତ ଜମି ରହିଛି। ଗ୍ରାମରେ ସରକାରଙ୍କ ତରଫରୁ ପ୍ରାଥମିକ ବିଦ୍ୟାଳୟ ରହିଛି। ଭୌଗୋଲିକ ଦୃଷ୍ଟିକୋଣରୁ ସରକାରୀ ଜମି ସହିତ ନଦୀ, ନାଳ ରହିଛି। ବହୁଦିନ ଧରି ଗ୍ରାମବାସୀ ନୂତନ ରାଜସ୍ୱ ଗ୍ରାମ ପାଇଁ ଦାବି ଜଣାଇ ଆସୁଥିଲେ ମଧ୍ୟ ଅଧ୍ୟାବଧି ମାନ୍ୟତା ପାଇନାହିଁ। ଯାହା ଫଳରେ ଅଧିକାଂଶ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବା ସହିତ ଅବହେଳିତ ଅବସ୍ଥାରେ ରହିଆସୁଛନ୍ତି। ଯାହାକୁ ନେଇ  କଛାରପଡା ଗ୍ରାମର, ଗୋବର୍ଦ୍ଧନ ନାଏକ, ରୁପାଧର ନାଏକ, କୃଷ୍ଣଚନ୍ଦ୍ର ଗୌଡ଼, ଚୌଧୁରୀ ନାଏକ, ସଞ୍ଜୀବ ଦାସ, ଗଣେଶ ନାଏକ ସମେତ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.