ତେରେସିଂହାଠାରେ ମାଁ ପାଟଖଣ୍ଡାଙ୍କ ଯାତ୍ରା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ଗ୍ରାମ ତେରେସିଂହା ଠାରେ ମାଁ ପାଟଖଣ୍ଡାଙ୍କ ଯାତ୍ରା ପାରମ୍ପରିକ ରିତି ନିତି ଅନୁସାରେ ସମ୍ପନ୍ନ ହୋଇଯାଇଛି। ଏହି ଯାତ୍ରାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା।  ମାନସିକ ପୂରଣ ହୋଇ ଥିବାରୁ ଭକ୍ତମାନେ ଏଠାରେ ବୋଦା, କୁକୁଡ଼ା ବଳି ଦେଇଥିଲେ। ତେରେସିଂହା ସ୍କୁଲ ପଡ଼ିଆର ଗୋଟିଏ ପାର୍ଶ୍ୱରେ ତେରେସିଂହା ଓ ଅପର ପାର୍ଶ୍ଵରେ ବେଲପଡ଼ାର ଯାତ୍ରା ହୋଇଥାଏ। ତେରେସିଂହା ଯାତ୍ରା ଖଳା ପଡ଼ିଆ ଓ ବେଲପଡ଼ା ଯାତ୍ରା ଖଳାରେ ଶହ ଶହ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଏହି ଯାତ୍ରା କୈବର୍ତ୍ତ ସମ୍ପ୍ରଦାୟର ହୋଇଥିଲେ ହେଁ ଏଥିରେ ବିଭିନ୍ନ ଜାତିର ଲୋକ ବାର ଦେହେଲିଆ ଭାବେ ରହିଥାନ୍ତି। ଯାତ୍ରାର ଆଠ ଦିନ ପୂର୍ବରୁ ଗୁଡ଼ି ପ୍ରବେଶ ହୋଇ ପ୍ରତି ଦିନ ସନ୍ଧ୍ୟାରେ ମା’ ଙ୍କର ପୂଜା ହୋଇଥାଏ। ବିଶ୍ୱାସ ଅନୁସାରେ, ଯାତ୍ରାର ପୂର୍ବ ରାତ୍ରୀ ପୂଜା ସ୍ଥାନରେ ଗୋରସ ରଖି ଦିଆଯାଏ  ଓ ସେହି ଗୋରସକୁ ରାତ୍ରୀରେ ବାଘ ଆସି ପିଇ ଯାଉଥିବା କୁହାଯାଏ। ତେରେସିଂହା ଯାତ୍ରାର ମୁଖ୍ୟ ପୂଜକ ଦମ୍ବୋଦର ନାଏକ, ବରୁଆ ବିବେକାନନ୍ଦ ନାଏକ ଓ ମିନକେତନ ନାଏକ, ଛତ୍ରିଆ ଗୋପାଳ ନାଏକ, ଯାତ୍ରା କମିଟି ସଭାପତି ରୁଦ୍ର ଭୋଇ, ସମ୍ପାଦକ ସୁବିନ୍ଦ୍ର ରଣା, ଲତାବନ ରଣା, ସନାତନ ନାଏକ, ନିର୍ମଳ ରଣା, ଗୋପାଳ ବାଗ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ। ସେହିପରି ବେଲପଡ଼ା ଯାତ୍ରା କମିଟି ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳା ସହ ପାଟଖଣ୍ଡା ଯାତ୍ରା ସମ୍ପର୍ନ୍ନ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.