ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାହିତ୍ୟ ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ‘ମହୁରି’ କଳାହାଣ୍ଡିର ଆରାଧ୍ୟ ଦେବୀ ମା ମାଣିକେଶ୍ବରୀଙ୍କଠାରେ ପ୍ରତି ସଂଖ୍ୟା ପରି ମହୁରି ପରିବାର ତରଫରୁ ପାରମ୍ପରିକ ଅର୍ଘ୍ୟ ଲାଗି ହୋଇଛି। ପତ୍ରିକାର ମୁଖ୍ୟ ସମ୍ପାଦକ ଭବାନୀ ଶଙ୍କର ନିଆଲ, ସମ୍ପାଦକ ସୁକାନ୍ତ ସାହୁ, ସହ ସମ୍ପାଦକ ଡ. ତପନ କୁମାର ରଥ, ସକିତ ରତେ, ବିରଞ୍ଚି ନାରାୟଣ ମୁଣ୍ଡ, ସଂଜୀବ କୁମାର ପଣ୍ଡା ଓ ସଂହିତା ରଥ ଓଡ଼ିଆ ଭାଷା ଓ ସାହିତ୍ୟର ଚର୍ଚ୍ଚିତ ଶାରଦୀୟ ପତ୍ରିକାକୁ ମା’ଙ୍କ ମନ୍ଦିର ପରିସରରେ ଅର୍ଘ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର କୁମାର ବିଶି, ସୁଧୀର ସାହୁ, ଅନସୂୟା ସାହୁ, ସୁଜାତା ପଣ୍ଡା, ଶାନ୍ତିଶ୍ଵରୂପ ପଣ୍ଡା, ଲିପ୍ସା ମହାରଣା, ଖୁସିରାମ ସାହୁ, ଶ୍ରୀପତି ଯୋଷୀ ଓ ସଚିନ ଜୈନ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, କଳାହାଣ୍ଡିରୁ ପ୍ରକାଶିତ ‘ମହୁରି’ ସବୁ ଦିଗରୁ ଓଡିଶା ପତ୍ରିକା ଜଗତରେ ବିଶେଷ ସ୍ଥାନ ପାଇଆସୁଛି।