ବରାହ ଫାଶରେ ଶିକାରୀଙ୍କ ଶବ: ୪୮ ଘଣ୍ଟା ପରେ ଠାବ କଲା ପୋଲିସ, ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ୨ ଫେରାର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ ପତ୍ରା କାଳୀଡୁଙ୍ଗୁରି ଜଙ୍ଗଲରେ ଜଣେ ବରାହ ଶିକାରୀ ବିଦ୍ୟୁତ ସଂଯୋଗ ଫାଶରେ ପଡି ମୃତ୍ୟୁ ଘଟିଥିବା ବେଳେ ଶବ ଗାଏବକୁ ନେଇ ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଥିଲା। ଏହାର ୪୮ ଘଣ୍ଟା ପରେ ପୋଲିସ ଶବକୁ ଠାବ କରି ବ୍ୟବଛେଦ ପାଇଁ ବଲାଙ୍ଗୀର ମେଡିକାଲଙ୍କୁ ପଠାଇଥିଲା। ପରେ ପରିବାର ଲୋକଙ୍କୁ ପୋଲିସ ଶବ ହସ୍ତାନ୍ତର କରିଥିଲେ। ଏଥିରେ ଥାନା କେଶ ନଂ ୨୭୬/୨୩ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟଙ୍କୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି। ଶିକାରୀଙ୍କ ନାମ ଲୋକନାଥ ବାଗ (୨୮) ଗ୍ରାମ ଧୂମାମରା, କୁମ୍ଭାରୀ ବୋଲି ଜଣାପଡିଛି। ପ୍ରକାଶ ଯେ, ଗତ ଗତ ୧୬ ସନ୍ଧ୍ୟା ସମୟରେ ଲୋକନାଥ ବାଗ ଓ ୨ ଜଣ ସାଥି ବିଦ୍ୟୁତ ସଂଯୋଗ କରିଥିଲେ। ଏହି ସମୟରେ ଜବଦୁ ଓ ତା’ର ସମ୍ପର୍କୀୟ ଭଣଜା ଗେଥଲ କଠାର ସହିତ ଜଙ୍ଗଲ କାଳୀକ୍ଷେତ ସ୍ଥିତ କାଳୀଡୁଙ୍ଗୁରି ପତ୍ରା ଜଙ୍ଗଲକୁ ବରାହ ଶିକାର କରିବା ପାଇଁ ଯାଇଥିଲେ। ଏହି ସମୟରେ ପୂର୍ବରୁ ଅନ୍ୟ ଜଣେ ଶିକାରୀ ୧୧ କେଭି ଭୋଲଟେଜ ବିଦ୍ୟୁତ ସଂଯୋଗ କରି ବରାହ ପାଇଁ ଫାଶ ଲଗାଇଥିଲେ। ଏହି ସମୟରେ ଜବଦୁ ବରାହ ଫାଶରେ ପଡି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବୋଲି ଲୋକନାଥ ପୋଲିସ ଆଗରେ ପ୍ରକାଶ କରିଥିଲା। ପରେ ଘଟଣା ସମ୍ପର୍କରେ ଗେଥଲ ପରିବାର ଲୋକଙ୍କୁ ଖବର ଜଣାଇବା ପରେ ପରିବାର ଲୋକେ ପର ଦିନ ଅର୍ଥାତ ୧୭ ତାରିଖ ଭୋର ସକାଳୁ ଶବ ପଡ଼ିଥିବା ଘଟଣାସ୍ଥଳକୁ ପହଂଚିଥିଲେ। କିନ୍ତୁ ଘଟଣାସ୍ଥଳରେ ଶବ ଗାଏବ ହୋଇଯାଇଛି ବୋଲି ଜବଦୁର ଶଳା ଶ୍ରୀପତି ପୋଢ଼ ପୋଲିସ ଆଗରେ ପ୍ରକାଶ କରିଥିଲା। ଅନ୍ୟପଟେ ଜବଦୁର ପତ୍ନୀ ଡାଳିମ୍ବ ବଗର୍ତି ମୋ ସ୍ୱାମୀ ଜଙ୍ଗଲ ଆଡେ ଯାଉଛି କହି ଆଉ ରାତି ଘରକୁ ଫେରି ନ ଥିଲେ ବୋଲି ସଇଁତଲା ଥାନାରେ ଅଭିଯୋଗ କରିଥିଲେ। ଗତ ୧୮ ତାରିଖ ଘଟଣାସ୍ଥଳରେ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ଥାନା ଏସଆଇ ଆଲୋକ ପ୍ରସାଦ ଭୋଇ, ଏଏସଆଇ ଲଷ୍ମଣ ମହାନ୍ତି, ଅରକ୍ଷିତ ନାୟକ ଓ ସଦବଦଳେ ପହଞ୍ଚି ଜଙ୍ଗଲ ଭିତକୁ ପଶି ଦୀର୍ଘ ସମୟ ଧରି ଖୋଜା ଖୋଜି କଲା ପରେ ସନ୍ଧ୍ୟାରେ ଶବ ଠାବ କରିବାରେ ପୋଲିସ ସଫଳ ହୋଇଥିଲା। ଏନେଇ ସଇଁତଲା ଆଇଆଇସି ଶ୍ରୀ ସାହୁଙ୍କୁ ପଚାରିବାରୁ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଛନ୍ତି। ଏ ସମ୍ପର୍କରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥୁବାବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ। ଉକ୍ତ ମାମଲାକୁ ଏସଆଇ ସଂଗୀତ ବେକ ତଦନ୍ତ କରୁଥିବା ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.